ସାଂସଦ ଓ଼ ବିଧାୟିକାଙ୍କ ମାରାଥନ ଉଦ୍‌ଘାଟନ କାର୍ଯ୍ୟକ୍ରମ ।

କୋଦଳା,୨୦/୦୮(ପିପିଟି);ବିକାଶ ଆଡ଼େ ଅଗ୍ରସର ହେଉଛି କୋଦଳା ଏନ୍ଏସି ।ଗୁରୁବାର ଶତାଧିକ ମହିଳା ଓ କୋଦଳା ଜନସାଧାରଣଙ୍କ ଗହଣରେ ସାଂସଦ ଓ ବିଧାୟିକା କୋଦଳା ଅଞ୍ଚଳର ଆରାଧ୍ୟ୍ୟ ଦେବତା ବାବା ଦଣ୍ଡିଶ୍ୱର ମହାଦେବ ମନ୍ଦିର ରେ ପୂଜାର୍ଚନା ସାରି ଏନ୍ଏସି ଅନ୍ତର୍ଗତ ତିନିଗୋଟି ୱାର୍ଡରେ ଚାରିଗୋଟି ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ତିନିଗୋଟି ଶେଷ ହୋଇଥିବା କାର୍ଯ୍ୟର ଉଦ୍‌ଘାଟନ କରି ଲୋକାର୍ପଣ କରିଥିଲେ ।ଦୀର୍ଘ ବର୍ଷ ହେବ ଆବଶ୍ୟକ ଥିବା ଦଣ୍ଡିଶ୍ୱର ନିକଟ ସ୍ମଶାନ ଗୃହ ଓ ଚିତ୍ତାବିନୋଦନ ପାର୍କର ନିର୍ମାଣ ସକାଶେ ଆସିକା ସାଂସଦ ପ୍ରମିଳା ବିଶୋଇ ଓ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପୋଖରୀ ଚତୁର୍ପାଶ୍ୱରେ ୱାଲ ନିର୍ମାଣ କରିବାକୁ ନିର୍ବାହୀ ଅଧିକାରିଙ୍କୁ ପରାମର୍ଶ ଦେଇଛନ୍ତି । ତତ ସହିତ ନୂତନ ଅଫିସ ଗୃହ ଓ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ନୂତନ ଆହାର କେନ୍ଦ୍ର , ମାଛବଜାର ଓ ଶିଶୁ ଉଦ୍ୟାନକୁ ଶୁଭ ଉଦଘାଟନ କରି ଲୋକାର୍ପଣ କରିଛନ୍ତି ।ଉଭୟ ସାଂସଦ ଓ ବିଧାୟିକା ଶିଶୁ ଉଦ୍ୟାନକୁ ଉଦ୍‌ଘାଟନ ପରେ କିଛିସମୟ ଶିଶୁମାନଙ୍କୁ ଦୋଳିରେ ବସାଇ ଝୁଲାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ସହାୟକ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି, ମୁକ୍ତା କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ସାହୁ, ସଂଯୋଜକ ମାନସ କୁମାର ଦାଶ ସମେତ ସମସ୍ତ କର୍ମକର୍ତ୍ତା ଓ କୋଦଳା ଏନ୍ଏସି ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment