ସହୀଦ୍ ଚିତ୍ତରଂଜନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ।

ବେଲଗୁଣ୍ଠା,୩୨/୧୦(ପିପିଟି): ବେଲଗୁଣ୍ଠା ବ୍ଳକ୍ ବଲାଡ଼ି ଗ୍ରାମର ସହୀଦ୍ ଚିତ୍ତରଂଜନ ନାୟକଙ୍କୁ ଆଜି ବଲାଡ଼ି ବିଦ୍ୟାଳୟରେ ବେଲଗୁଣ୍ଠା ଥାନା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି ସ୍ଵର୍ଗତ ଚିତ୍ତରଞ୍ଜନ ଏସ୍ଓଜି ବାହିନୀରେ କନଷ୍ଟେବଲ୍ ପଦବୀରେ ଥିଲେ । ମାଲକାନଗିରି ଜିଲ୍ଲାରେ ୨୦୦୮ ମସିହା ଜୁଲାଇ ୧୬ ତାରିଖରେ ମାଲକାନଗିରି ଜିଲ୍ଳା ରିଜର୍ଭ୍ ଇନ୍ସିପେକ୍ଟର ଶରତଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ଆଣ୍ଟି ଲ୍ୟାଣ୍ଡ୍ ମାଇନ୍ ଗାଡ଼ି ନେଇ ୨୫ ଜଣ ଏସ୍ଓଜି ଯବାନ୍ ମାଓବାଦୀଙ୍କ ଗତିବିଧି ଉପରେ ଲକ୍ଷ୍ଯ ରଖି ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ତେଲରାଇ ରାସ୍ତା ଉପରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ଏଥିରେ ୧୭ ଜଣ ଏସ୍ଓଜି ଯବାନ୍ ବୀରଗତି ପ୍ରାପ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ବଲାଡ଼ି ଗ୍ରାମର ଚିତ୍ତରଞ୍ଜନ ମଧ୍ଯ ସହୀଦ୍ ହୋଇଥିଲେ । ଆଜିର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ଏସ୍ଆଇ ଅଭୟ କୁମାର ପ୍ରଧାନ,ନାରାୟଣ ନାୟକ, ଏଏସ୍ଆଇ ବି.ଏନ୍ ମଲ୍ଲିକଙ୍କ ସମେତ ଚିତରଞ୍ଜନଙ୍କ ବାପା ଏବଂ ବଲାଡ଼ି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହୀଦ୍ ଚିତ୍ତରଞ୍ଜନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments (0)
Add Comment