ଭଞ୍ଜନଗର,ତା-୨୬/୦୬(ପିପିଟି); ଆଜି ଭଞ୍ଜନଗର ସ୍ଥିତ ଲେପରସି କଲୋନୀ ଚିଦାନନ୍ଦ କୁଷ୍ଠରୋଗ ଆଶ୍ରମ ଠାରେ ସାମାଜିକ ସୁରକ୍ଷା ଏଵଂ ଭିନ୍ନକ୍ଷମ ସସକ୍ତିକରଣ ବିଭାଗ ତରଫରୁ “ସହାୟ” ଯୋଜନାରେ କୁଷ୍ଠ ରୋଗରୁ ମୁକ୍ତ ହେଇଥିବା ୧୯ ଗୋଟି ପରିବାରକୁ ବିଭିନ୍ନ ଘରୋଇ ଉପକରଣ କୀଟ୍ ପ୍ରଦାନ କରାଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ଉପସ୍ଥିତିରେ ୧୯ ଗୋଟି ପରିବାରକୁ ଫାମିଲି କୀଟ ପ୍ରଦାନ କରାଯାଇଛି । ଏହି କୀଟ୍ ରେ ନିତି ଘରୋଇ ବ୍ୟବହାର୍ଯ୍ୟ ସମସ୍ତ ଜିନିଷ କୁଷ୍ଠ ରୋଗ ମୁକ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା , ଭଞ୍ଜନଗର ବ୍ଲକ ସମାଜ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ ଉପସ୍ଥିତ ଥିଲେ । କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ ମହାରଣା ସହାୟତା କରିଥିଲେ ।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।