ସହାନୁଭୂତି ନୁହେଁ, ଆମେ ବି ସକ୍ଷମ ଆମକୁ ସହାୟତା ଦରକାର।

ବୋଲଗଡ,୦୩/୧୨(ପିପିଟି):ବୋଲଗଡ ସମଗ୍ର ଶିକ୍ଷା ପକ୍ଷରୁ ମଙ୍ଗଳବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଛି l ଏହି ଅବସରରେ ବ୍ଲକର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ l ଏହା ମାଧ୍ୟମରେ ଆମେମାନେ ବି ସକ୍ଷମ ଆମକୁ ସହାନୁଭୂତି ନୁହେଁ ସହାୟତା ଯୋଗାଇ ଦେଲେ ଆମେମାନେ ସକ୍ଷମ ହୋଇ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବୁ ବୋଲି ପ୍ରକାଶ କରିଥିଲେ ପ୍ରତିଟି ପରିବାର ଦିବ୍ୟାଙ୍ଗ ଛୁଆ ପ୍ରତି ଅଧିକ ଧ୍ୟାନ ଦେଇ ସେମାନଙ୍କୁ ଶିକ୍ଷା ପ୍ରଦାନ କଲେ ନିଶ୍ଚିତ ସକ୍ଷମ ହୋଇପାରିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଆହ୍ୱାନ କରିଥିଲେ I ଶ୍ରୀ ବଳବନ୍ତରାୟ ଙ୍କ ସଭାପତିତ୍ୱ ରେ ସରପଞ୍ଚ ଗୀତାଞ୍ଜଳି ସାହୁ ସମିତି ସଭ୍ୟା ନିର୍ମଳା ପ୍ରଧାନ ଏବିଇଓ କୈଳାସ ନାଥ ସ୍ୱାଇଁ ଶ୍ରୀମତୀ ଅମିତା ମିଶ୍ର ଵିତ୍ତ ଅଧିକରିଣୀ କେ ଲଷ୍ମୀ ପ୍ରମୁଖ ଯୋଗଦେଇଥିଲେ. ଶିକ୍ଷୟତ୍ରୀ ମିନାକ୍ଷୀ ବଳିୟାରସିଂ ସ୍ୱାଗତ ଭାଷଣ ପ୍ରଦାନ କରି ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଶିକ୍ଷୟତ୍ରୀ ନିରୁପମା ତ୍ରିପାଠୀ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ। ଶିକ୍ଷକ ମନମୋହନ କହଲସିଂ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ରଙ୍ଗୋଲି ଚିତ୍ରାଙ୍କନ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା୫୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ୪ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ସୂର୍ଯ୍ୟ ପ୍ରକାଶ ସେଠିଙ୍କୁ ଚାଲିବା ସହାୟକ ପ୍ରଦାନ କରାଯାଇଥିଲା ଉମେଶ ପାଣିଗ୍ରାହୀ ଓ ପ୍ରତାପ ସାହୁ ସହଯୋଗ କରିଥିଲେ ଶେଷରେ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment