ସହରୀ ବାବୁ ଗୋ ସହରୀ ବାବୁ,
କ୍ଷଣ ଟିଏ ଏଣେ ଶୁଣି କି ଯିବୁ ।
ଗାଁ ମା ଛାଡି ଦିଲ୍ଲୀ ଧାଇଁବୁ,
ଚାଷ ଛାଡି ତୁ ଚାକର ହବୁ ।
କ୍ଷେତ ରେ କଳ ବସାଇ ଦବୁ,
ଅଳପ ଦିନେ ଧନୀ ହୋଇବୁ ।
ଜଙ୍ଗଲ କାଟି ଘର କରିବୁ,
ଟଙ୍କା ଗଦା ରେ ଶୋଇପଡିବୁ ।
ଘରେ ଅନେକ ଗାଡି ରଖିବୁ,
ପେଟ୍ରୋଲ ଜାଳି ଧୂଆଁ ଛାଡିବୁ ।
ପୁଅ ଝିଅ ତୋର ଭାରିଯା ସବୁ,
ଶୀତ ତାପ ଯନ୍ତ୍ରେ ମନାଇ ଥିବୁ ।
ରାଜଧାନୀରେ ବାସ କରିବୁ,
ଗରଳ ଧୂଆଁ କୁ ନାକ ରେ ନବୁ ।
ସାଇକେଲକୁ ନାକ ଟେକିବୁ,
କାର ଗାଡି ରେ ଜିମ୍ ଯିବୁ ।
ପ୍ୟୁରିଫାୟାରକୁ ଆଶ୍ରା କରିବୁ,
ଚାଷୀ ମୁଣ୍ଡ ରେ ଦୋଷ ବୋଳିବୁ ।
ମାସ୍ ଲଗାଇ ସଦା ବୁଲିବୁ,
ଶ୍ଵାସ ରୋଗ କୁ ସାଥୀ କରିବୁ ।
ଅସଲ କଥା ଯେବେ ବୁଝିବୁ,
ଲାଜ ଛାଡି ଗଛ ଲଗାଇ ଦବୁ ।
ସହରୀ ବାବୁ ଗୋ ସହରୀ ବାବୁ,
ଏ କଥା ଟି ନିଶ୍ଚେ ରଖିବୁ ।
( ଅନାଦି ପାଣିଗ୍ରାହୀ, ହିଞ୍ଜିଳିକାଟୁ, ଗଞ୍ଜାମ, ଓଡିଶା)