ବ୍ରହ୍ମପୁର,୩୦/୦୯(ପିପିଟି): ଭଞ୍ଜନଗର ଜଳସେଚନ ଡିଭିଜନର ବୁଗୁଡା ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଘରେ ଶୁକ୍ରବାର ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଯନ୍ତ୍ରୀ ଶ୍ରୀ ସାହୁ ଦୀର୍ଘ ବର୍ଷ ଧରି ବାଘୁଆ ଜଳସେଚନ ପ୍ରକଳ୍ପରେ କାର୍ଯ୍ଯ କରୁଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଛି। ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ରହ୍ମପୁରର ୭ଟି ସ୍ଥନରେ ଏକକାଳୀନ ଚଢାଉ କରୁଛନ୍ତି। ଏଥିରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏହି ଚଢାଉରେ ସାମିଲ ଅଛନ୍ତି। ଚଢାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଚଢାଉ ଶେଷ ହେବା ପରେ ବିସ୍ତୃତ ତଥ୍ଯ ଜଣାପଡିବ।