ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ।

ଉଲୁଣ୍ଡା ,୨୪/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜେଜେଏସସି ଆନୁକୁଲ୍ୟରେ ହେଉଥିବା ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଦ୍ଵିତୀୟ ଦିବସର ମ୍ୟାଚ୍ ଟି ଏସଡିସିଏ ସୋନପୁର ଓ ଏନଏନଏସ କ୍ରିକେଟ ଏକାଡେମି ଏହ୍ଲାବାଦ ମଧ୍ୟରେ ହୋଇଥିଲା। ଏହ୍ଲାବାଦ ଦଳ ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭର ରେ ୬ ଟି ଉଇକେଟ ହରାଇ ୧୩୭ ରନ କରିଥିଲା। ଦଳର ନିଶାନ୍ତ ସିଂ ୬୯,ସୌରଭ ଶୁକ୍ଳା ୨୬ ରନ କରିଥିଲେ। ସୋନପୁର ର ସୁମନ ମହାରଣା ୩ଟି ଓ ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ୧୩.୫ ଓଭର ରେ ୪ ଉଇକେଟ ହରାଇ ୧୩୮ ରନ କରି ଥିଲା। ଦଳର ବିକାଶ ଚୌଧୁରୀ ୩୯ ବଲରୁ ୮୩ ରନ ଓ ୱାଲଟିଅର ଟପ୍ପୋ ୨୩ ରନ କରିଥିଲେ। ବିପକ୍ଷ କ୍ରିଷ୍ଣା ସରୋଜ, ଏମଡି ଉମର, ପ୍ରକାଶ ସିଂ ଓ ଦୀପଙ୍କର ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଏହ୍ଲାବାଦ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୧୦ ରନ କରିଥିଲା। ଦଳର ନିଶାନ୍ତ ସିଂ ୨୧ ବଲରୁ ୬୧ରନ ଓ ଆଶିଷ ରତ୍ନମ ୨୧ ରନ କରିଥିଲେ। ବିପକ୍ଷ ସୋନପୁର ର ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୬୮ ରନ କରିଥିଲା। ଦଳର ପୁରୁଷୋତ୍ତମ ପାତ୍ର ୨୦ ଓ ଶଙ୍କର ସେଠୀ ୧୪ ରନ କରିଥିଲେ। ଏହ୍ଲାବାଦ ର ବିକାଶ ଚୌହାନ ୩ଟି ଓ ଦୀପଙ୍କର ସିଂ ୨ ଟି ଉଇକେଟ ନେଇଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ଖେଳା ଯାଇଥିଲା। ଏଥିରେ ଏହ୍ଲାବାଦ ଦଳ ୧୬ ରନ କରିଥିବା ବେଳେ ସୋନପୁର ଦଳ ୧୧ ରନ କରି ପରାସ୍ତ ହୋଇଥିଲା। ଫଳରେ ଏହ୍ଲାବାଦ ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି। ଏ ଅବସରରେ ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ କ୍ରୀଡାବିତ ରମଣ ପ୍ରଧାନ,ପ୍ରୟାସ ସଙ୍ଗଠନ ର ସଭାପତି ରାଧେଶ୍ୟାମ ମିଶ୍ର,ଶିକ୍ଷକ କାଲାଚାନ୍ଦ ପ୍ରଧାନ ଓ ଶ୍ରୀନିବାସ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment