ସର୍ବଭାରତୀୟ ପରୀକ୍ଷାରେ ବେଲଗୁଣ୍ଠାର ସ୍ଵସ୍ତିକ ରଚିଲେ ରେକର୍ଡ ।

ବେଲଗୁଣ୍ଠା,୦୩/୦୪(ପିପିଟି); କଷ୍ଟ ଏଣ୍ଡ ମେନେଜମେଣ୍ଟ  ଇଣ୍ଟର ମେଡିଏଟ୍ ପରୀକ୍ଷା ରେ ଓଡ଼ିଶା ତଥା ସର୍ବଭାରତୀୟ ସ୍ତରରେ ବେଲଗୁଣ୍ଠା ଛାତ୍ର ସ୍ଵସ୍ତିକ କୁମାର ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରି ଗ୍ରାମ ତଥା ଗତ ଦିନ ମାନଙ୍କରେ ପଢିଥିବା ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ନାମ କୁ ଉଚ୍ଚ ସ୍ଥାନକୁ ନେଇଯାଇ ନିଜ ନାମ ତଥା ବାପା ଓ ମା ଙ୍କ ଗୌରବ ବଢାଇଛନ୍ତି। ସୂଚନା ପ୍ରକାରେ ଭି.ଶଙ୍କର ନାରାୟଣ ପାତ୍ର ଏବଂ ଭି .ଦେବକୀ ପତ୍ର ଙ୍କ ସୁପୁତ୍ର ଭି. ସ୍ଵସ୍ତିକ କୁମାର କଷ୍ଟ ଏଣ୍ଡ ମନେଜମେଣ୍ଟ ଇଣ୍ଟର ମିଡିଅଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୪୧ ନମ୍ୱର୍ ସ୍ଥାନ ଏଵଂ ଓଡ଼ିଶା ସ୍ଥରରେ ୩ୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ କୃତିତ୍ୱ ହାସଲ କରିଛନ୍ତି। ପ୍ରକାଶ ଥାଉ କି ସ୍ଵସ୍ତିକ ବେଲଗୁଣ୍ଠା ର ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିର ର ଛାତ୍ର ଥିଲେ । ତାଙ୍କରି ପ୍ରତିଭା ଦିନେ ତାଙ୍କୁ ଏକ ଉଚ୍ଚ ସ୍ଥାନକୁ ନେଇଯିବ ଏହା ଛାତ୍ର ସମୟରୁ ବାରି ହୋଇ ପଡ଼ୁଥିଲା। ଯୁକ୍ତ ଦୁଇ ପରୀକ୍ଷାରେ ସେ ସାରା ରାଜ୍ୟରେ ଦଶମ ସ୍ଥାନ ଅକ୍ତିଆର କରିଥିଲେ। ଚାଟେଡ୍ ଆକାଉଣ୍ଟାଣ୍ଟ ଇଣ୍ଟରମିଡିଏଟ ପରୀକ୍ଷା ରେ ମଧ୍ୟ କୃତିତ୍ୱ ହାସଲ କରିଥିଲେ। ସେ ବର୍ତ୍ତମାନ ଭୁବେଶ୍ୱରରେ ତେଜ ରଜପାଲ ସି ଏ ଫାର୍ମ ରେ ଅର୍ଟି କାଲ୍ ଶିପ୍ କରିବାରେ ନ୍ୟସ୍ତ ଅଛନ୍ତି । ତାଙ୍କରି ସଫଳତା ପାଇଁ ସମସ୍ତ ଶିକ୍ଷକ ସମାଜ ସହିତ ବାପା ମା ଙ୍କ ଆଶୀର୍ବାଦ ରହିଛି ବୋଲି ସେ ବ୍ୟକ୍ତ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Comments (0)
Add Comment