ସର୍ବଭରାରୀୟ ବ୍ୟବସାୟୀ ମହାସଂଘର ବନ୍ଦ ଡାକରା; ଉଲୁଣ୍ଡା ରେ ଶାନ୍ତିପୂର୍ଣ୍ଣ ସଫଳ ।

ଉଲୁଣ୍ଡା,୨୬/୦୨(ପିପିଟି);ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ କେନ୍ଦ୍ର ସରକରଙ୍କର ଜିଏସଟି ନୀତିକୁ ପ୍ରଟିବାଦ କରି ଆଜି ୨୪ଘଣ୍ଟିଆ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାବେଳେ ଏହାର ପ୍ରଭାବ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଆଜି ସକାଳୁ ବ୍ୟବସାୟୀ ସଂଘ ଉଲୁଣ୍ଡା ଅଂଚଳରେ ବିଭିନ୍ନ ଛକ ମାନଙ୍କରେ ପିକେଟିଂ କରିବା ସହ ଦୋକାନ ବଜାର,ବ୍ୟବସାୟିକ ପ୍ରତିଷ୍ଠାନ,ଗାଡି ମୋଟର ଚଳାଚଳକୁ ବନ୍ଦ କରି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଅଞ୍ଚଳରେ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିଥିଲା । ଖାଁ ଖାଁ ରହିଥିଲା ଉଲୁଣ୍ଡା ଅଂଚଳ ।ଲୋକମାନେ ସ୍ବତପ୍ରବୃତ ଭାବରେ ବନ୍ଦରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।ଭାରତ ବନ୍ଦ ମାଧ୍ୟମରେ ଉଲୁଣ୍ଡା ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଗତ ୨୦୧୭ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଜିଏସଟି ଆଇନରେଇତି ମଧ୍ୟରେ ମୋଟ ୯୫୦ ରୁ ଅଧିକ ଥର ସଂଶୋଧନ ହାଇଥିଲେ ମଧ୍ୟ ମୂଳ ଆଇନ ସମ୍ପୂର୍ଣ୍ଣ ଭାବେ ବଦଳି କରାଯାଇ ଏହା ଏକ ବ୍ୟବସାୟୀ ଓ ଜନବିରୋଧୀ ଆଇନରେ ପରିଣତ କରାଯାଇଛି ।ଏଣୁ ଯଥାଶୀଘ୍ର ଜିଏସଟି ବ୍ୟବସ୍ଥାକୁ ସରଳିକରଣ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Comments (0)
Add Comment