ଦିଗପହଣ୍ଡି,(ପିପିଟି)୧୧/୦୬, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ମୌଳାଭଣଞ୍ଜା ଗ୍ରାମରେ ସାପ କାମୁଡ଼ାରେ ଗୁରୁବାର ସକାଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ବିଜୟ ମହାରଣା। ବିଳମ୍ବିତ ରାତ୍ରିରେ ବିଜୟ ଘର ବାହାରକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିଲା। ଆଜି ସକାଳୁ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଦିଗପହଣ୍ଡି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସରକାରୀ ଅନୁକମ୍ପା ଅର୍ଥ ରାଶି ଯୋଗାଇଦେବାକୁ ଦାବୀ ହୋଇଛି।
ରିପୋର୍ଟ- ସାଇଦୀପ ପୂଜାରୀ ।