ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ମିନି ମାରାଥନ୍ ।

ଛତ୍ରପୁର,୨୫/୦୩(ପିପିଟି): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ସଂହତି ପାଇଁ ଦୌଡ଼ ଥିମ ଉପରେ ପର୍ଯ୍ୟବେଷିତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ଏହି ମାରାଥନକୁ ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ ଶୁଭାରମ୍ଭ କରିଥିଲେ ।

ଏହି ମାରାଥନ୍ ରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ସହିତ ସ୍ଥାନୀୟ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିଥିଲେ ।

ମାରାଥନ୍ ଟି ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଜାତୀୟ ସଂହତି ସମ୍ପର୍କିତ ସ୍ଲୋଗାନ ସହ କଲେକ୍ଟରରେଟ,ତଳ ବସଷ୍ଟାଣ୍ଡ, ରିକାପଲ୍ଲୀ,ବଜାର ରୋଡ,ଠାକୁରାଣୀ ମନ୍ଦିର ଦେଇ ପୁନଃ ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ସମାପ୍ତ ହୋଇଥିଲା।

Comments (0)
Add Comment