ସରସ୍ୱତୀ ଶିଶୁ ମନ୍ଦିର ରେ କଣ୍ଢେଇ ଦିବସ ପାଳିତ।

ରାଜସୁନାଖଳା,୨୨/୦୩(ପିପିଟି) :କୁନି କୁନି ଶିଶୁ ମାନଙ୍କ ପାଇଁ କଣ୍ଢେଇ ଦିବସ ଅବସରରେ ରାଜସୁନାଖଳା ଶିଶୁ ମନ୍ଦିର ଠାରେ ପାଳନ କରା ଯାଇଅଛି। ପ୍ରତ୍ୟେକ ଶିଶୁ ବା ପ୍ରାକପ୍ରାଥମିକ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଶିଶୁମାନଙ୍କ ଘରୁ ଗୋଟିଏ ଲେଖାଏଁ କଣ୍ଢେଇ ଆଣିଥିଲେ। ସେମାନେ ନିଜ ନିଜ କଣ୍ଢେଇ ଦ୍ୱାରା ପ୍ରଦର୍ଶିତ କରିବା ସହିତ କଣ୍ଢେଇ ବିବାହ,ଓ ବିଭିନ୍ନ ଖେଳ ମାଧ୍ଯମ ରେ ଶିଶୁ ମାନେ ଆନନ୍ଦ ପାଉଥିବା ର ଦେଖିବାକୁ ମିଳିଥିଲା। ତତସହିତ ସେ କିପରି ନିଜର ଯତ୍ନ ନେଇ ପାରିବ ସେ ସମ୍ବନ୍ଧରେ ମଧ୍ୟ ପ୍ରଧାନ ଆଚାର୍ଯ୍ୟ ନିରଂଜନ ତରାସ କଥା ରଖିଥିଲେ। ସମସ୍ତ ଗୁରୁମା ଓ ଗୁରୁଜୀ ଙ୍କ ଉପସ୍ଥିତି ରେ ପ୍ରତେକ ଶିଶୁ ସେମାନଙ୍କ କଣ୍ଢେଇ କୁ ନେଇ କଳ୍ପନା କରି ନିଜର ମନକଥା କହିଥିଲେ। ଶିଶୁର ଭାଷାର ବିକାଶ କଣ୍ଢେଇ ହେଉଛି ଏକ ଅମୂଲ୍ୟ ସମ୍ପଦ। ଖେଳନା ଶିଶୁ ମନରେ ଏକାଗ୍ରତା ସୃଷ୍ଟି କରିବା ଏବଂ କଣ୍ଢେଇ ର ପ୍ରତେକ ଦାୟୀତ୍ୱ କୁ ସଠିକ ଭାବେ ତୁଲାଇବା ର କୌଶଳ ଶିକ୍ଷା ଦିଆଯାଇଥିଲା। ସେ ବି ନିଜକୁ ସଠିକ ଭାବରେ ଗଢି ତୋଳିବାର ଶିକ୍ଷା ଦିଆଯିବା ସହିତ ହାତ ତିଆରି କଣ୍ଢେଇ କରିବାର ପ୍ରାରମ୍ଭିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥିଲା। ପରିଶେଷରେ ସୁଶ୍ରୀ ସୌଦାମିନୀ ଦେବୀଙ୍କ ଧୋ.. ରେ..ବାଇଆ ଗୀତ ରେ ଶିଶୁ ଓ ତା କଣ୍ଢେଇ ଉପରେ ହାତରଖି ସୁଇବା ଦୃଷ୍ୟ ବେସ୍ ମନମୁଗ୍ଧକର ହୋଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment