ସରସ୍ୱତୀ ଶିଶୁ ମନ୍ଦିରର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଭଞ୍ଜନଗର, ୨୮/୧୨(ପିପିଟି) : ଭଞ୍ଜନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳର ୩୫ତମ ବାର୍ଷିକ ଉତ୍ସବ ଡ଼.ପ୍ରଦୀପ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୟା ଭାରତୀ ଅଖିଳ ଭାରତୀ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ସମ୍ମାନିତ ଅତିଥି ରୂପେ ତେନ୍ତୁଳିଆ ସାଶନ ଦେବସ୍ଥାନ ମହାବିଦ୍ୟାଳର ପ୍ରାକ୍ତନ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ,ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଙ୍ଘଠନ ମନ୍ତ୍ରୀ ଆନନ୍ଦ ରାଓ ପାର୍ଦ୍ଧି ଯୋଗଦେଇଥିଲେ ।ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ ଦିଗ ଦର୍ଶନ ଦେଇଥିଲେ। ସ୍ୱାଗତ ଭାଷଣ ସମ୍ପାଦକ ପଦ୍ମନାଭ ପ୍ରଧାନ ପ୍ରଦାନ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା।ଏଥିସହ ଧନ୍ୟବାଦ ଅର୍ପଣ କରିଥିଲେ ସହ ପ୍ରଧାନ ଆଚାର୍ଯ୍ୟ ଉତ୍ତମ କୁମାର ମହାରଣା ,କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଆଚାର୍ଯ୍ୟ ସୁଶାନ୍ତ କୁମାର ବେହେରା।ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନଙ୍କ ତରଫରୁ ପୁରସ୍କୃତ କରାଯାଇଥିଲା ।ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

(ଜେ.କେ ପଟ୍ଟନାୟକ)

Comments (0)
Add Comment