ଭଞ୍ଜନଗର,୦୬/୦୭(ପିପିଟି): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ୨୦୨୨ର ଫଳାଫଳ ବୁଧବାର ପ୍ରକାଶ ପାଇଛି।ଗତ ୨ବର୍ଷ ପରେ ଛାତ୍ରଛାତ୍ରୀ ମାନେ ଅଫଲାଇନ ରେ ପରୀକ୍ଷା ଦେଇଥିବାରୁ ବହୁତ ଖୁସି ଥିବା ବେଳେ ଫଳାଫଳକୁ ନେଇ ଛାତ୍ରଛାତ୍ରୀ ମାନେ ଆଶାବାଦୀ ଥିଲେ।ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଡିହ ପଢାଳରେ ଶତ ପ୍ରତିଶତ ପାସ ହାର ରହିଛି। ଏହି ବିଦ୍ୟାଳୟରେ ମୋଟ ୧୮୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ A1ଗ୍ରେଡରେ ୩୧ଜଣ,A2 ଗ୍ରେଡରେ ୬୪ ଜଣ,B1ରେ ୭୬ ଜଣ ଓ B2ରେ ୧୮ଜଣ ରହିଛନ୍ତି। ସର୍ବୋଚ୍ଚ ନଂ ରଖିଥିବା ଅଙ୍କିତ୍ ଆରୁଖ ମୋଟ ୫୮୫ (୯୭.୫%)ନଂ ଏବଂ ଏ.ରୋଷନ ପାତ୍ର ୫୮୦ (୯୬.୬%)ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଭଞ୍ଜନଗର ବାଗ ରୋଡ଼ ରେ ହୋଇଥିବା ବେଳେ ପିତା ରାଜେନ୍ଦ୍ର ଆରୁଖ ଜଣେ ଏଲ.ଆଇ.ସି ଏଜେଣ୍ଟ ଓ ମାତା ସୁଲତା ପ୍ରଧାନ ଜଣେ ଅଙ୍ଗନ ବାଡ଼ି କର୍ମୀଙ୍କ ଜ୍ୟେଷ୍ଠ ପୁତ୍ର ଅଙ୍କିତ ଆରୁଖ +୨ବିଜ୍ଞାନ ପଢିବା ପରେ ଇଞ୍ଜିନିଅରିଂ କରିବା ପାଇଁ ଆଶା ରଖିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା ଏ.ରୋସନ ପାତ୍ରଙ୍କ ଘର ଭଞ୍ଜନଗର ନୂଆ ଜେଲ ରୋଡ଼ ରେ ହୋଇଥିବା ବେଳେ ତାଙ୍କ ପିତା ଏ.ରାଜେଶ ପାତ୍ର ଜଣେ ବ୍ୟବସାୟୀ ଓ ମାତା ଏ. ଅନିତା ପାତ୍ର ଜଣେ ଗୃହିଣୀ ଅଟନ୍ତି।ତାଙ୍କ କନିଷ୍ଠ ପୁତ୍ର ରୋସନ +୨ବାଣିଜ୍ୟ ଶିକ୍ଷା ଲାଭ ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଆଶା ରଖିଛନ୍ତି।ଉଭୟ ଛାତ୍ର ନିଜ ସଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ପିତାମାତାଙ୍କୁ ଦେଇଛନ୍ତି।ସେହିପରି ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାରେ ଥିବା ଶ୍ରୀ ବିହାର ସ୍ଥିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ମୋଟ ୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ A1 ଗ୍ରେଡ ରେ ୨ଜଣ, A2ଗ୍ରେଡରେ ୯ଜଣ, B1ଗ୍ରେଡ ରେ ୨୫ଜଣ ଓ B2ଗ୍ରେଡ ରେ ୧୩ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।ସେମାନଙ୍କ ମଧ୍ୟରେ ଅଙ୍କିତା ଭାରତୀ ସାହୁ ସର୍ବୋଚ୍ଚ ନଂ ୯୨.୩୩% ଓ ଦ୍ଵିତୀୟ ସ୍ଥାନରେ ସୁଭମ ପାତ୍ର ୯୧.୫%ନଂ ରଖି ସଫଳତା ହାସଲ କରିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )