ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ।

ପୋଲସରା ,୨୫/୦୭(ପିପିଟି): ପୋଲସରା ରାଣିପଡା ସ୍ଥିତ ଶ୍ରୀ ରାମ ମନ୍ଦିର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଅନୁଷ୍ଠାନର ସ୍କାଉଟ, ଗାଇଡ଼ ଶିଶୁ ଭାଇ, ଭଉଣୀଙ୍କ ସମେତ ଅନୁଷ୍ଠାନର ସଭାପତି ଯଦୁନାଥ ମିଶ୍ର,ଉପସଭାପତି ପ୍ରମୁଖ କୁମାର ପ୍ରଧାଳ, ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ଅରୁଣ କୁମାର ଜେନା ପ୍ରମୁଖ କର୍ମକର୍ତ୍ତାମାନେ ଅ°ଶ ଗ୍ରହଣକରି ମନ୍ଦିର ପରିସର ନିକଟରେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଏହି ସମୟରେ ନିକଟରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ, ସ୍କାଉଟ ମାଷ୍ଟର ନୀଳକଣ୍ଠ ମହାରଣା ,ଗାଇଡ଼ କ୍ୟାପଟେନ ଶ୍ରୀମତୀ ଉର୍ମିଳା ମାଝୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment