ସରପଞ୍ଚ ନିଜ ନାମରେ ବିଦ୍ଯୁତ ସରଞ୍ଜାମ କିଣି ବିବାଦ ଘେରରେ।

କବିସୂର୍ଯ୍ୟନଗର,୦୧/୧୧(ପିପିଟି):ଜଣେ ନିର୍ବାଚିତ ସରପଞ୍ଚ ନିଜ ନା ରେ ସରକାରୀ ଟଙ୍କା ହାତେଇଛନ୍ତି। ଯାହାକି ଆଇନ ସଂଗତ କାର୍ଯ୍ୟ ନୂହେଁ। ଘଟଣା ଗୁରୁତର ହୋଇଥିବା ବେଳେ ଜଣାପଡିବା ପରେ କିପରି ଚପେଇ ଦିଆଯିବ ସେ ନେଇ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢାମ୍ବ ପଞ୍ଚାୟତ । ଏହି ପଞ୍ଚାୟତର ସରପଞ୍ଚ ସୁଜିତା କୁମାରୀ ପଣ୍ଡାଙ୍କ ନାମରେ ସରକାରୀ ଅର୍ଥ ଉଠାଣ ହୋଇଛି। ସରପଞ୍ଚ ସୁଜିତା କୁମାରୀ ପଣ୍ଡା ନିଜ ନାମରେ ଷ୍ଟ୍ରିଟ ଲାଇଟ କିଣିବା ପାଇଁ ଚତୁର୍ଦଶ ଅର୍ଥ କମିଶନଙ୍କ ଅନୁଦାନରୁ ଜୁଲାଇ ମାସରେ ୧ଲକ୍ଷ ୭୪ ହଜାର ୭୦୦ ଟଙ୍କା ବିଲ ନେଇଥିବା ବେଳେ ପୁଣି ଲଗେଇବା ପାଇଁ ଓ ସ୍ପେର୍ ପାର୍ଟସ୍ କିଣିବା ପାଇଁ ସେପ୍ଟେମ୍ବର ମାସରେ ୨୫ ହଜାର ୩୦୦ ଟଙ୍କାର ବିଲ୍ ନିଜ ନାମରେ ନେଇଥିବା ସମସ୍ତ ପ୍ରକାର ଦସ୍ତାବିଜ୍ ସହ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ପରେ କିପରି ଚପାଇ ଦିଆଯିବ ସେ ନେଇ ଉଦ୍ୟମ ଜୋର୍ ସୋର୍ ରେ ଚାଲିଛି। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା ବେଳେ ଘଟଣାକୁ ନେଇ ଜିଲ୍ଲାପାଳ ଅବଗତ ଅଛନ୍ତି କି ନାହିଁ ? ଗତକାଲି ବୁଢାମ୍ବ ପଞ୍ଚାୟତକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଗସ୍ତ ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ ହୋଇଯାଇଥିଲା। ବୁଢାମ୍ବ ଠାରେ ଜିଲ୍ଲାପାଳଙ୍କ ଗସ୍ତ ସୂଚନା ପାଇ ଅନେକ ସାମ୍ବାଦିକ ଅପେକ୍ଷା କରି ରହିଥିଲେ ଏ ଦୁର୍ନୀତି ବିଷୟରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ। ତେବେ ଜିଲ୍ଲାପାଳ ଆସି ନଥିବାରୁ ନାନା ଆଲୋଚନା ହୋଇଥିଲା। ଗତକାଲି ବୁଢାମ୍ବ ପଞ୍ଚାୟତକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଗସ୍ତ ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଗସ୍ତ ବାତିଲ ହୋଇଯାଇଥିଲା । ଦୁର୍ନୀତି ଅଭିଯୋଗକୁ ଲୁଚାଇବାକୁ କୁଆଡେ ଜିଲ୍ଲା ପ୍ରଶାସନ ଉପରେ ରାଜନୈତିକ ଚାପ ପଡିଛି ବୋଲି ଚର୍ଚ୍ଚା । ଅନ୍ୟ ପକ୍ଷରେ ଖୋଦ୍ ସରପଞ୍ଚ କହିଛନ୍ତି ତାଙ୍କ ନାମରେ ଟଙ୍କା ଉଠିଥିବା ସେ ଜାଣି ନାହାଁନ୍ତି। ଯାହାକୁ ନେଇ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଏଠି ପ୍ରଶ୍ନ ଉଠୁଛି ଯେ, ସରପଞ୍ଚଙ୍କ ସରକାରୀ ଅର୍ଥକୁ କିଏ ଚଳୁ କରିଛି ? ସରପଞ୍ଚଙ୍କ ଅଜାଣତରେ କେମିତି ଟଙ୍କା ଉଠିଲା ସେ ନେଇ ସରପଞ୍ଚ ପୁଲିସ ଥାନା,ଜିଲ୍ଲାପାଳ, ବିଡ଼ିଓ ଓ ଭିଜିଲାନ୍ସ ପାଖରେ ଲିଖିତ ଅଭିଯୋଗ କରିବେକି ? ପ୍ରଶାସନର କାର୍ଯ୍ଯାନୁଷ୍ଠାନକୁ ପଞ୍ଚାୟତବାସୀଙ୍କ ଅପେକ୍ଷା।

Comments (0)
Add Comment