ସାନଖେମୁଣ୍ଡି,୦୧/୧୧(ପିପିଟି): ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଆପାଟଣା ଗ୍ରାମର ରତ୍ନା ସ୍ୱାଇଁଙ୍କ ପରିବାର ତିନି ବିକଳାଙ୍ଗ ପିଲାଙ୍କୁ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହୋଇଛନ୍ତି । ବଡ ପୁଅ ଅଜୟ ସ୍ୱାଇଁ ଜନ୍ମରୁ ହିଁ ବିକଳାଙ୍ଗ ଠିକ ସେ ଚାଲି ପାରୁନାହିଁ ଚାରିଆଡୁ ନିରାଶ ହୋଇ ଶେଷରେ ବାଧ୍ୟ ହୋଇ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଅଜୟ ସ୍ୱାଇଁଙ୍କ ପିତା ରତ୍ନା ସ୍ୱାଇଁ , ମାତା ସବିତା ସ୍ୱାଇଁ , ପୁଅ ଅଜୟ ଏବଂ ଦୁଇ ଝିଅ ର ଏପରି ଅବସ୍ଥାକୁ ନେଇ ଆଜି ଭାଙ୍ଗିପଡିଛନ୍ତି ପିତା ରତ୍ନା ସ୍ୱାଇଁ । ପୁଅ ଜନ୍ମ ହେବା ପରେ ଘରେ ଖୁସିର ଲହରୀ ଖେଳି ଯାଇଥାଏ କିନ୍ତୁ ଆଜି ରତ୍ନା ସ୍ୱାଇଁଙ୍କ ସପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ପୁଅଟିଏ ଅଛି କିନ୍ତୁ ସେ ଅକ୍ଷମ , ଗରିବ ଏବଂ ଭିନ୍ନକ୍ଷମ ଲୋକଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ସେଥୁରୁ ବଞ୍ଚିତ ଅଛନ୍ତି ରତ୍ନା ସ୍ୱାଇଁଙ୍କ ଭିନ୍ନକ୍ଷମ ପରିବାର , ଅଜୟ ସ୍ୱାଇଁ କହିବା ଅନୁସାରେ ଭତା ବାବଦକୁ ୭୦୦ ଟଙ୍କା ଏବଂ ୫ କିଲୋ ଚାଉଳ ବିନା ଆଉ କୌଣସି ସରକାରୀ ସହାୟତା ପାଇପାରିନାହାନ୍ତି । ଅନ୍ୟ ପକ୍ଷରେ ଗ୍ରାମ ବାସିଙ୍କ କହିବାନୁଯାଇ ଗରିବ ରତ୍ନାଙ୍କ ପରିବାର ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇସାରିଲେଣି କିଛି ସରକାରୀ ସହାୟତା ପାଇଁ କିନ୍ତୁ ସବୁ ବିଫଳ । ଏହି ବାବଦରେ ଆମେ ପହଞ୍ଚିଥିଲୁ ଖବର ନେଇ ଏସ. ଗୋପାଳପୁର ପଞ୍ଚାୟତ ସରପଞ୍ଚ ନିରାକାର ପ୍ରଧାନଙ୍କ ପାଖରେ କିନ୍ତୁ ତାଙ୍କର ସେଇ ପ୍ରତିକ୍ରିୟା ଥିଲା ଯାହାକି ଦେଇଥିବା ରତ୍ନା ସ୍ୱାଇଁ ଦେଇଥିବା କଥା ଯାହାକି ଆମେ ବିଡ଼ିଓଙ୍କୁ ଏହି ବାବଦରେ ଜଣାଇଛୁ,ଶୀଘ୍ର ତାହାର ପ୍ରତିକାର କରିବୁ । ଦେଖାଯାଉ ଆଉ କେତେ ଯୋଜନା ଏମିତି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ପ୍ରଶାସନ ତାହା ଅପେକ୍ଷାରେ ରତ୍ନା ସ୍ୱାଇଁଙ୍କ ପରିବାର ଏବଂ ଗ୍ରାମବାସୀ । ଏହି ସମ୍ପର୍କରେ ଅଭିଯୋଗ ପରେ ମଧ୍ୟ ତାଙ୍କ ଦୃଷ୍ଟି ଗୋଚରକୁ ଆସୁନଥିବା ସେ କହି ଦୃଷ୍ଟିତ୍ତା ପ୍ରଦାନ ରେ ପ୍ରଶାସନ ସହଯୋଗ କରିଛି କିନ୍ତୁ ସରକାରୀ ଯୋଜନା ତୃଣ ମୂଳସ୍ତରରେ ଆଜିବି ଲୋକ ମାନଙ୍କ ଠାରେ ପହଞ୍ଚି ପାରୁନି ଏଠି ତାହା ସ୍ପଷ୍ଟ ହୋଇ ପଡ଼ିଛି ବୋଲି କହିଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )