ସରକାରୀ ଶିକ୍ଷକଙ୍କ ନିଆରା ପ୍ରୟାସ,ନିଜ ସାହିକୁ ବୁଲି ବୁଲି କଲେ ସାନିଟରାଇଜ ।

ହିଞ୍ଜିଳିକାଟୁ,୧୬/୦୫(ପିପିଟି) : ସେବା କରିବା ପାଇଁ ଏକ ଇଚ୍ଛା ଶକ୍ତି ମନୁଷ୍ୟର ରହିଥାଏ । ଫଳରେ ପରୋକ୍ଷ ଓ ପ୍ର ହାତେକ୍ଷ୍ୟ ଭାବରେ ମନୁଷ୍ୟ ସମାଜ ପାଇଁ ଏବଂ ପରିବେଶକୁ ଭଲପାଏ । ଏହି ପ୍ରକାର ସେବା କରିବା ଆଗେଇ ଆସିଛନ୍ତି। ହିଞ୍ଜିଳି ବ୍ଲକ ଖରିଡା ରେ କାର୍ଯ୍ଯରତ ଶିକ୍ଷକ ଅଜିତ ସାହୁ । ସୁଚନାପ୍ରକାରେ ସରକାରୀ ଶିକ୍ଷକ ଭାବେ ଅଜିତ ସାହୁ ଖରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ସେ ସ୍ବର୍ଗତ ଦିବାକର ସାହୁ (ଅବସରପ୍ରାପ୍ତ ପ୍ରଧାନଶିକ୍ଷକ )ଙ୍କ ୪ର୍ଥ ସନ୍ତାନ ଅଟନ୍ତି । କରୋନାର ଦ୍ବିତୀୟ ଲହରୀରେ ଦୃତବେଗରେ ସଂକ୍ରାମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନିଜକୁ ଓ ନିଜ ଅଚଂଳର ଜନତାଙ୍କୁ ସଚେତନତା କରାଇବା ଓ ସାନିଟରାଇଜ କରିବା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଗତକିଛି ହେଲା ଏହି ସାନିଟରାଇଜ କାର୍ଯ୍ୟ ପ୍ରତିଦିନ କରିବା ଦେଖିବାକୁ ମିଳିଛି । ପ୍ରାୟ ଚଳିତ ମାସ ଆରମ୍ଭରୁ ନିଜସ୍ୱ ଆୟରୁ କିଛି ଅର୍ଥ ଏହି କାର୍ଯ୍ଯରେ ବିନିଯୋଗ କରିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଅନ୍ଯର ସେବାରେ ନିଜର ଆତ୍ମସନ୍ତୋଷ ଲାଭକରନ୍ତି ଅଜିତ । ମାସ୍କ ଆମରି ବଂଚିବାର ସୁରକ୍ଷା କବଚ ଓ ଆବଶ୍ୟକତା ରହିଛି । ବାହାରକୁ ଯାଆନ୍ତୁ ନାହିଁ ଓ ପ୍ରଶାସନର କୋଭିଡ୧୯ର ଦ୍ବିତୀୟ ଲହର ଗାଇଡଲାଇନକୁ ମାନିଚଳିବା ଉପରେ ସଚେତନତା ଅଭିଯାନ ଜାରୀ ରଖିଛନ୍ତି । ନିଃସ୍ୱାର୍ଥପର ସେବାକରି ଆସୁଥିବାରୁ ଶିକ୍ଷକ ଅଜିତ ସାହୁଙ୍କୁ ଅଞ୍ଚଳରେ ବହୁ ପ୍ରଶଂସା ମିଳିଛି । (ରିପୋର୍ଟ- ସାନ୍ତନୁ କୁମାର ବେହେରା)

Comments (0)
Add Comment