ସରକାରୀ ଯୋଜନାରୁ ବଞ୍ଚିତ ଆଠରୁ ଉର୍ଦ୍ଧ୍ବ ନିରୀହ ପରିବାର

ଶେରଗଡ,୨୫/୦୨(ପିପିଟି); ଶେରଗଡ଼ ବ୍ଲକ ଡେଙ୍ଗାପଦର ଗ୍ରାମ ପଞ୍ଚାୟତ ର ପଥରପୁଞ୍ଜି ଗାଁ ରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ବସ ବାସ କରୁଥିବା ଆଠ ଉର୍ଦ୍ଧ୍ବ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି। ଏମାନଙ୍କ ପାଖରେ ଭୋଟ କାର୍ଡ଼ ,ଆଧାର କାର୍ଡ, ଥିଲେ ମଧ୍ୟ ମାତ୍ର ଜଣେ ବ୍ୟକ୍ତି କାଳିଆ ନାଗରିଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଥିଲେ ମଧ୍ୟ ମୋହନ ଦାସ, ସାବିତ୍ରୀ ଦାସ, ରାକେଶ ନାଗିରି, ମଞ୍ଜୁଳା ନାଗରି,ନରସିଂହ, ଦାସ, ଦଣ୍ଡ ଦାସ, ହେମ ଦାସ, ସନ୍ତୋଶି ଦାସ, ଅହଲ୍ୟା ଦାସ ଏଥିରୁ ବଞ୍ଚିତ। ଆବାସ ଘର, ଖାଦ୍ୟ ସୁରକ୍ଷା ଯୋଜନା, ବିଜୁଳି, ପାନୀୟ ଜଳ ର ସମସ୍ୟା ଭଳି ମୌଳିକ ଅଧିକାର ବଞ୍ଚିତ। ପଞ୍ଚାୟତ ଅଫିସ, ଆରାଇ ଅଫିସ, ବିଜୁଳି ବିଭାଗଙ୍କ ପାଖକୁ ଦୌଡୁ ଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି। ଦିନ ମଜୁରିଆ ହୋଇଥିବା ରୁ ଓଳିଏ ଖାଇ ଓଳିଏ ଉପାସ ରହୁଥିବା କ୍ଷୋଦ ଆମ ପ୍ରତିନିଧିଙ୍କୁ ଜଣାଇ ଥିଲେ । ପ୍ରଶାସନ ନୀତି ଏହି ବାଟ ଦେଇ ବିଭିନ୍ନ ପଞ୍ଚାୟତ ଗସ୍ତ କରୁଥିଲେ ମଧ୍ୟ ଦୃଷ୍ଟି ପଡୁନଥିବା ଜଣା ପଡୁଛି, ସରକାର ଏହା ପ୍ରତି ଦୃଷ୍ଟି ଦେଲେ ସେମାନଙ୍କ ସ୍ବପ ପୁରଣ ହେବ କହିଛନ୍ତି। ଆଜି ଶେରଗଡ ବିଡ଼ିଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ବିଡ଼ିଓ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ୧୦ ଦିନ ମଧ୍ୟ ରେ ପାନୀୟ ଜଳ ଓ ବିଦୂତ ସମସ୍ୟା ର ସମାଧାନ ହେବ ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment