ବ୍ରହ୍ମପୁର,୧୭/୦୮(ପିପିଟି): ଗିରି ରୋଡ ସ୍ଥିତ ସରକାରୀ ମାଧ୍ୟମିକ ଓ ପ୍ରଶିକ୍ଷଣ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟ କ୍ରମ “କୁଇନ୍ସ ଶ୍ରାବଣ ମିଳନ ” ଭୁବନେଶ୍ୱର ଠାରେ ଥିବା ହୋଟେଲ ବେଲ ଫୋର୍ଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୮୬ ଦଶମ ବ୍ୟାଚର ପ୍ରାୟ ୪୦ ଜଣ ଛାତ୍ରୀ ଯୋଗଦାନ କରିଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରଦ୍ବୀପ ପ୍ରଜ୍ୱଳନ କରି ସ୍କୁଲର ପ୍ରାର୍ଥନା ଆହେ ଦୟାମୟ ବିଶ୍ଵ ବିହାରୀ ଗାନ କରାଯାଇଥିଲା । ପରେ ପରେ ରଶ୍ମିତା ପାଣିଗ୍ରାହୀ ଅନୁଷ୍ଠାନିକ ଭାବେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୌସୁମୀ ସେଠି ପୁରୁଣା ଦିନର ସ୍ମୃତିକୁ ମନେପକାଇ ସମସ୍ତଙ୍କୁ ଅତୀତକୁ ଫେରାଇ ନେଇଥିଲେ । ପରେ ପରେ କବୟତ୍ରୀ ବିନୋଦିନୀ ଗଉଡଙ୍କ ହସ୍ତଲେଖା କବିତା ପାଠ ସହ ନୃତ୍ୟ ଗୀତର ଆସର ଜମି ଥିଲା । ରଶ୍ମିତା ଓ ସ୍ବର୍ଣ୍ଣ ରଙ୍ଗବତୀ ନୃତ୍ୟ ସ୍ଵର୍ଣ୍ଣ ସହ ମମତା ପଟ୍ଟନାୟକ, ଶୋଭନା ଏବଂ ଅନ୍ୟ ନୃତ୍ୟରେ ମଧୁଲିତା, ମମତା ମହାନ୍ତି, ଚେତନା, ଜୟଶ୍ରୀ,ମୌସୁମୀଙ୍କ ସହ ସମସ୍ତ ସଙ୍ଗିନୀ ଶ୍ରାବଣ ନୃତ୍ୟର ମଜା ନେଇଥିଲେ । ସାଗରିକା ମହାନ୍ତି, ଅପର୍ଣ୍ଣା, ସୁଚେତା, ଇନ୍ଦିରା ଓ ଅଂଶୁମାଳୀର ଭଜନ ସମସ୍ତଙ୍କ ମନକୁ ଛୁଇଁ ଥିଲା । ଆୟୋଜକ ମଣ୍ଡଳୀ ତଥା ମମତା, ଜୟଶ୍ରୀ, ଚେତନା, ମୋୖସୁମି,ମଧୁଲିତାଙ୍କ ଦ୍ୱାରା ଖେଳ ଆୟୋଜନ ହୋଇଥିଲା । ନାରୀ ସଶକ୍ତିକରଣ ସ୍ୱରୂପ ରଶ୍ମିତା,ମମତା,ସ୍ବର୍ଣ୍ଣ ଓ ମଧୁଲିତାଙ୍କ ଦ୍ୱାରା ବେଶ ମଜାଦାର ଗୀତିନାଟ୍ୟ ପେଟେଣ୍ଟ ମେଡ଼ିସିନ ପରିବେଷଣ କରାଯାଇଥିଲା । ସୁଦୂର ମୁମ୍ବାଇରୁ ଗାୟିକା ସାଗରୀକା ଓ ହାଇଦ୍ରାବାଦରୁ ସୀତାରାଙ୍କ ଉପସ୍ଥିତି ସମସ୍ତଙ୍କୁ ବହୁତ ଖୁସି କରାଇଦେଇଥିଲା । ଶେଷରେ ଛେନାପୋଡ଼ କାଟି ସ୍ବର୍ଣ୍ଣ ଦ୍ୱାରା ଶ୍ରାବଣ ମିଳନ କୁ ସମାପ୍ତ କରାଯାଇଥିଲା । ଚାରି ଦଶନ୍ଧିର ବନ୍ଧୁତ୍ୱର ଦ୍ୱାହି ଦେଇ ସମସ୍ତ ସଙ୍ଗିନୀ ପୁଣି ମିଶିବାର ସୁଯୋଗ ପାଇଥିବାରୁ ଖୁସିବ୍ୟକ୍ତ କରିଥିଲେ ।