ସରକାରୀ ବୃନ୍ଦାବନ ବିଦ୍ୟାପୀଠରେ ଅଭିଭାବକ,ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବୈଠକ ।

ହିଞ୍ଜିଳିକାଟୁ; ୧୩/୦୨(ପିପିଟି);ବହୁ ଦିନର କରୋନା କଟକଣା ପରେ ସମୟ ଅନୁକ୍ରମରେ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ପାଇଁ ଏକ ଗୁରୁତର ପଦକ୍ଷେପ ନେବା ସହ ଆଗାମୀ ଦିନରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଏକ ସ୍ୱତନ୍ତ୍ର ସିଲାବସ୍ ପ୍ରଚଳନ କରିଛନ୍ତି । ଏହା ଯେଉଁ ଭଳି ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ପାରିବ ଏବଂ ଛାତ୍ରଛାତ୍ରୀ ମାନେ ଏହାର ଉପଯୁକ୍ତ ଫାଇଦା ଉଠାଇପାରିବେ ସେଥି ପ୍ରତି ଦୃଷ୍ଟିକୁ ନେଇ ଆଜି ସରକାରୀ ବୃନ୍ଦାବନ ବିଦ୍ୟାପୀଠ ରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ ହୋଇଯାଇଛି ।ଉକ୍ତ ବୈଠକକୁ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ଓ ରାଜ୍ୟ ନୋଡାଲ ପର୍ଯ୍ୟବେକ୍ଷକ ରଘୁରାମ ଆଇୟାର୍ ଯୋଗ ଦେବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟକ୍ଷଙ୍କ ପ୍ରତିନିଧି ଉକ୍ତ ବୈଠକରେ ଯୋଗା ଦେଇଥିଲେ। ବିଦ୍ୟାଳୟରେ ସ୍ମାର୍ଟ କ୍ଳାସ କିଭଳି ପରିଚାଳିତ ହେଉଛି ଏବଂ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ଏହି ଆଦର୍ଶ ବିଦ୍ୟାଳୟର ପ୍ରତିନିଧିମାନେ ବୁଲି ଦେଖିଥିଲେ । ଉକ୍ତ ଆଦର୍ଶ ବିଦ୍ୟାଳୟ ପ୍ରତିନିଧି ମାନଙ୍କ ନେତୃତ୍ୱ ହିଞ୍ଜିଳି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତଥା ଜିଲ୍ଲା ସଭାପତି ଅରୁଣ କୁମାର ପଟେଲ ନେଇଥିଲେ। ଉକ୍ତ ସଭାରେ ସରକାରଙ୍କ ପ୍ରଣୀତ ଶିକ୍ଷା ନୀତି ଓ ସିଲାବସ ଉପରେ ଅଭିଭାବକଙ୍କ ସହ ଆଲୋଚନା ହୋଇଥିଲା।ସରକାରଙ୍କ ଦ୍ୱାର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିବା ପରୀକ୍ଷା ଦର୍ପଣ କେଉଁ ଭଳି ଭାବେ ଛାତ୍ରଛାତ୍ରୀ ମାନେ ପଠନ ପାଇଁ ବ୍ୟବହାର କରିବେ ଏବଂ ପରୀକ୍ଷା ପରେ ପ୍ରସ୍ତୁତି ହେବେ ତାହାରି ଉପରେ ମଧ୍ୟ ଆଲୋଚନା ହୋଇଥିଲା ।ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ସରକାର ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ତାହାରି ଉପରେ ଅଭିଭାବକଙ୍କ ସହିତ ଆଲୋଚନା ହୋଇଥିଲା ।ମୋଟାମୋଟି ଭାବେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ସଫଳ ଓ ଫଳପ୍ରଦ ହୋଇଥିଲା ।ବୈଠକ ଶେଷରେ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ପ୍ରଧାନ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା ।)

Comments (0)
Add Comment