ସରକାରୀ ପଞ୍ଜିକୃତ ହେଲା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ।

ବାଲିଗୁଡ଼ା, ୨୫/୦୯(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ ସୋସାଇଟି ଆକ୍ଟ, ୧୮୬୦ ଅନୁଯାୟୀ ସରକାରୀ ଭାବେ ପଞ୍ଜିକୃତ ହୋଇଛି। ସଂଘର ପଞ୍ଜିକରଣ ନମ୍ବର ୧/୨୦୨୫୨୬୦୯୦୦୦୦୧/୨୦୨୬-୨୭ ବୋଲି ଜଣାପଡ଼ିଛି। ପଞ୍ଜିକରଣ ପରେ ଏହାର ସାର୍ଟିଫିକେଟ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକଙ୍କ ଦ୍ୱାରା ସଂଘର କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂଘର ସଭାପତି ଡ. ମଧୁସୂଦନ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ, ସହସମ୍ପାଦକ ସନ୍ୟାସୀ ନାୟକ, ନିର୍ବାହୀ କମିଟି ସଦସ୍ୟ ପାଉଲ ମଣ୍ଡଳ, ଯୋଗେନ୍ଦ୍ର ପଟ୍ଟନାୟକ, ବିନୋଦ ମିଶ୍ର, ଲକ୍ଷ୍ମୀଧର ରାଉତ, ସନାତନ ପରିଛା ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ପଞ୍ଜିକରଣ ନେଇ ବାଲିଗୁଡ଼ାସ୍ଥିତ ସଂଘ କାର୍ଯ୍ୟାଳୟରେ ସଭ୍ୟସଭ୍ୟାଙ୍କ ପକ୍ଷରୁ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଯାଇଥିଲା। ପଞ୍ଜିକୃତ ସଂଘ ଆଗାମୀ ଦିନରେ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ନେବ ବୋଲି ସଦସ୍ୟ ମାନେ କହିଛନ୍ତି। ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାର, ପାନୀୟ ଜଳ ସମସ୍ୟାର ସମାଧାନ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା, ବାଲ୍ୟବିବାହ ନିରୋଧ, କ୍ରୀଡ଼ାର ବିକାଶ, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ, ଅସ୍ପୃଶ୍ୟତା ବିରୋଧୀ ସଚେତନତା ସହ ଯୋଗ ଓ ପ୍ରାଣାୟାମ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ଏଥିସହ ଅସହାୟ ବରିଷ୍ଠ ନାଗରିକ, ବୃଦ୍ଧ ଓ ବୃଦ୍ଧାମାନଙ୍କ ପାଇଁ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା କରିବା ଦିଗରେ ମଧ୍ୟ ସଂଘ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଛି। ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟ ସହ ସମାଜସେବାକୁ ଯୋଡ଼ି ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତାକୁ ସମାଜର ବିକାଶରେ ବିନିଯୋଗ କରିବା ଏହି ସଂଘର ମୁଖ୍ୟ ଲକ୍ଷ୍ୟ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Comments (0)
Add Comment