କୋଦଳା,୨୧/୧୨(ପିପିଟି)ବିବାଦରେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ,ବିଦ୍ଯାଳୟରୁ ଏମଡିଏମ ଚାଉଳ ହେରଫେର ଅଭିଯୋଗ,ବିଇଓ କହିଲେ ତଦନ୍ତ ହେବ ବିଦ୍ୟାଳୟରୁ ଏମଡିଏମ ରୋଷେଇ ଚାଉଳ ହେରଫେର କରି ବିବାଦ ଘେରକୁ ଆସିଛନ୍ତି ଜଣେ ପୂର୍ବତନ ପ୍ରଧାନ ଶିକ୍ଷକ। ଗଞ୍ଜାମ ଜିଲ୍ଲା କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା। ଦୀର୍ଘ ବର୍ଷ ଧରି ଏଠାରେ ପ୍ରଧାନ ଶିକ୍ଷକ ଦାୟିତ୍ବରେ ରହି ମଧ୍ୟାହ୍ନ ଭୋଜନ ଚାଉଳ ସହିତ ବିଭିନ୍ନ ସାମଗ୍ରୀ ହରିଲୁଟ୍ କରିଥିବା ଜଣାପଡିଥିଲା। ତାଙ୍କର ବଦଳି ହେବା ପରେ ଯେତେବେଳେ ଆଉ ଜଣେ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କଲେ ସେତେବେଳେ ଏଭଳି ହେରଫେର ଘଟଣା ସାମ୍ନାକୁ ଆସିଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୧୯୭୧୦ ଅକ୍ଟୋବର ୬ ତାରିଖରେ ସୂର୍ଯ୍ୟ ନାରାୟଣ ଜେନାଙ୍କୁ କାଳିମେଘି ଜାଗିଲିପଦର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ବିଭିନ୍ନ ରାଜନୈତିକ ଚାପ ଥିବା କହି ସେଠାରୁ ରିଲିଭ ହେଉ ନଥିଲେ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁଇଦିନ ଅଣ୍ଡା ପିଲାଙ୍କୁ ନ ଦେବାରୁ ଅଭିଭାବକ ଓ ପରିଚାଳନା କମିଟି ଏହାକୁ ନେଇ ଖୋଳତାଡ଼ କରିଥିଲେ । ଏହାକୁ ନେଇ ଆମ୍ଭ ଖବର କାଗଜରେ ଖବର ପ୍ରସାରଣ ପରେ ଗତ ଡିସେମ୍ବର ୨ ତାରିଖରେ ପୁଣି ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କ ପତ୍ରସଂଖ୍ୟା ୨୪୬୯୩ ଚିଠି ରେ କାହିଁକି ରିଲିଭ ହୋଇନାହାଁନ୍ତି ତାର କାରଣ ଦର୍ଶାଇ ଶୀଘ୍ର ସେଠାରୁ ରିଲିଭ ହୋଇ ଅର୍ଡର ହୋଇଥିବା ବିଦ୍ୟାଳୟରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ହୋଇଥିଲା ତେବେ କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି ସରୋଜ ମାଝୀ। ପୂର୍ବତନ ପ୍ରଧାନ ଶିକ୍ଷକ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ବେଳେ ଗୋଦାମ ଘରେ ଚାଉଳ କମ୍ ଥିବା ଜଣାପଡ଼ିଥିଲା । ଯାହାକୁ ନେଇ ଚାଉଳ ହଡପ୍ ଘଟଣାର ଗୁମର ପଦାକୁ ଆସିଥିଲା। ୨୧୭ ବସ୍ତା ଚାଉଳ ରହିବା କଥା। ଥିଲା ମାତ୍ର ୭୫ ବସ୍ତା। ଅବଶିଷ୍ଠ ଚାଉଳ କାହିଁକି କମ୍ ରହିଲା ଓ କୁଆଡେ ଗଲା ଚାଉଳ ? ଏହାକୁ ନେଇ ପରିଚାଳନା କମିଟି ସମେତ ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନାଙ୍କୁ ପଚାରିଥିଲେ। ତେବେ କେତେବେଳେ ଉଇ ଖାଇଯାଇଛି ତ କେତେବେଳେ ରି ସାଇକଲିଙ୍ଗ ପାଇଁ ପଠାଯାଇଛି ବୋଲି କହିଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଜେନା । ଘଟଣା ସଂପର୍କରେ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ମାଧବ ସାହୁଙ୍କ ଦୃଷ୍ଟି ଆକର୍ଷଣ ପରେ ସେ କହିଥିଲେ ଯେ ୧୯ ଡିସେମ୍ବର ଅପରାହ୍ନରେ ସମ୍ପୃକ୍ତ ଶିକ୍ଷକ ଉକ୍ତ ଚାଉଳକୁ ବିଦ୍ୟାଳୟରେ ପହଞ୍ଚାଇ ଦେଇଛନ୍ତି । କିନ୍ତୁ ବିଦ୍ୟାଳୟର ଚାଉଳ କେଉଁଆଡେ ଗଲା ତାହା ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ, ଏବଂ ହଠାତ ବାହାରୁ ଆସିଥିବା ଚାଉଳକୁ କିପରି ଗ୍ରହଣ କରିବାକୁ ଅନୁମତି ଦେଲେ ? ଚାଉଳ ବାହାରକୁ ଯାଇଥିବା ବେଳେ ସେ ଜାଣିଥିଲେ କି ? ଏହାକୁ ନେଇ ବର୍ତ୍ତମାନ ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ସରୋଜ ମାଝୀଙ୍କୁ ପଚାରିବାରୁ ସେ କହିବା କଥା ୮ ଡିସେମ୍ବର ସୁଦ୍ଧା ହିସାବ ଅନୁଯାଇ ୨୧୭ ବସ୍ତା ଚାଉଳ ରହିବା କଥା କିନ୍ତୁ ମୋତେ ବିଦ୍ୟାଳୟରେ ଷ୍ଟକ ଥିବା ୭୫ ବସ୍ତା ଚାଉଳ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ପ୍ରଦାନ କରିଥିଲେ ଏବଂ ୧୯ ଡିସେମ୍ବର ଅପରାହ୍ନରେ ୧୪୪ ବସ୍ତା ଚାଉଳ ବାହାରୁ ଆଣି ଦେଇଛନ୍ତି, ଏହା ମୁଁ ବିଇଓଙ୍କ ନିର୍ଦ୍ଦେଶ ଅନୁଯାଇ ରିସିଭ କରି ଅନ୍ୟ ଏକ ଘରେ ରଖିଛି । ତେବେ ପ୍ରଶ୍ନ ଉଠୁଛି ସରକାରୀ ଚାଉଳ ବିଦ୍ଯାଳୟରୁ ବାହାରକୁ ଗଲା କିପରି ? ବିବାଦ ପରେ ପୁଣି ଆସିଲା କିପରି ? କେତେ ଦିନ ଧରି ଚାଲିଥିଲା ଏଭଳି ଚୋରୀ ? ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଗୋଚରରେ ଏଭଳି ବେଆଇନ କାର୍ଯ୍ୟ ହେଲା କିପରି ? ସେପଟେ ଏହି କେଳେଙ୍କାରୀର ଗୁମର ର ଖୁଲାସା ପାଇଁ ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଡିସେମ୍ବର ୮ ତାରିଖ ରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସୂଚନା ତଥ୍ଯ ମାଗିଥିବା ଜଣା ପଡିଛି ଏବଂ ଡିଇଓଙ୍କ ପତ୍ର ସଂଖ୍ୟା ୨୫୫୬୯ ୧୫/୧୨/୨୦୨୫ ରେ କୋଦଳା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଛି । କୌଣସି ସୂତ୍ରରୁ ଖବର ପାଇ ଧରାପଡ଼ିଯିବା ଭୟରେ ଚାଉଳ ଫେରାଇ ସଫେଇ ଦେଉଛନ୍ତି ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା। ସେପଟେ ଘଟଣାକୁ ନେଇ ବେଗୁନିଆପଡ଼ା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ତଦନ୍ତ କରାଯିବ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ,ଉକ୍ତ ବିଦ୍ଯାଳୟରେ ପ୍ରଧାନ ଶିକ୍ଷକ ଥିବା ବେଳେ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ବିଭିନ୍ନ ଯୋଜନାରେ ସରକାରୀ ପରିଚାଳନା କମିଟି ନ ଡାକି ସେମାନଙ୍କ ଘରକୁ ପଠାଇ ଦସ୍ତଖତ କରି ମିଟିଙ୍ଗ ହେଉଥିବା କହି ଅର୍ଥ ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି। ଏଥିରେ ବିଇଓଙ୍କ ଭୂମିକା ସନ୍ଦେହଘେରରେ ଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଏଥିରେ ହସ୍ତକ୍ଷପ ସହିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ଓ ପରିଚାଳନା କମିଟି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)