ଭଞ୍ଜାନଗର, ୦୪/୧୨(ପିପିଟି):ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ ବ୍ରାହ୍ମଣ ପଦର ପିଇଓ ସରକାରୀ ଅର୍ଥ ଅନିୟମିତତାକୁ ନେଇ ଦେଇଥିବା ଲିଖିତ ରିପୋର୍ଟ ଆଧାରରେ ଅଭିଯୁକ୍ତ ବିରେନ୍ଦ୍ର କୁମାର ଶାସ୍ତ୍ରୀ ମୋଟ ୬ଲକ୍ଷ ୭୦ ହଜାର ଟଙ୍କା ହେରଫେର କରିଥିବା ତାର ସିଂ ଥାନାରେ ଅଭିଯୋଗ କରିଥିଲେ।ସରକାରୀ ସମ୍ପତ୍ତିର ଅପବ୍ୟବହାର ସମ୍ପର୍କରେ ଗତ ନଭେମ୍ବର ୧୬ରେ ତାର ସିଂ ଥାନା କେସ ନଂ ୪୨୫/୨୦୨୫ରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ଅଭିଯୁକ୍ତ ବୀରେନ୍ଦ୍ର କୁମାର ଶାସ୍ତ୍ରୀ (୩୭) ଭଞ୍ଜାନଗର ବ୍ଲକ ବ୍ରାହ୍ମଣ ପଦର ପଞ୍ଚାୟତରେ ପିଇଓ ଥିବା ବେଳେ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇ ଆଜି ଏସଡ଼ିଜେଏମ୍ ଭଞ୍ଜାନଗର କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଶୁଭଲଷ୍ମୀ ପୂଜାରୀ କହିଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)