ସରକାରଙ୍କର ମାଳ ମାଳ ସରକାରୀ ଯୋଜନାରୁ ୧୭ ବର୍ଷ ଧରି ବଞ୍ଚିତ ଅଧା ପୋଡା ରୋଗୀ ତପନ କଂହର ।

ଫୁଲବାଣୀ, ୨୭/୧୧(ପିପିଟି); କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ତଲାରୀ ମାହା ପଞ୍ଚାୟତ ପ୍ରଧାନ ପଡା ଗାଁର ତପନ କଂହର ଗତ ୨୦୦୩ ମସିହାରେ ନିଆଁରେ ପୋଡ଼ି ହୋଇଯାଇଥିଲେ ଫଳରେ ଗୋଡ ହାତ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି । ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରାଇ ନ ପାରି ପଡି ରହିଛନ୍ତି । ଫଳରେ ଦିନ କୁ ଦିନ ଏହି ପୋଡା ଘା ସଂକ୍ରମିତ ହେବାରେ ଲାଗିଛି । ଏହିଭଳିକି ବର୍ତ୍ତମାନ ଚଲା ବୁଲା କରିବା ମଧ୍ୟ ସମ୍ଭବ ହେଉନାହିଁ । ପୂର୍ବରୁ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସା ହୋଇଥିଲେ ମଧ୍ୟ ସେହିଭଳି କିଛି ସୁବିଧା ପାଇପାରିନଥିବା ଯୋଗୁଁ ଭାଗ୍ୟକୁ ଆଦରି ଘରେ ପଡି ରହିଥିବା କହିଛନ୍ତି ପରିବାର ଲୋକ । ଦୀର୍ଘ ୧୭ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ଚାଲିଛନ୍ତି ତପନ । ରୋଜଗାରର ବିକଳ୍ପ ପନ୍ଥା ନଥିବା ଯୋଗୁଁ ଚଳିବା ଦୁର୍ବିସହ ହୋଇପଡିଥିବା ବେଳେ ରହୁଥିବା କୁଡ଼ିଆଟି ମରାମତି ଓ ରକ୍ଷଣ ବେକ୍ଷଣ ଅଭାବରୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସରକାରଙ୍କ ତରଫରୁ ସରକାରୀ ଯୋଜନାରେ ଘରଟିଏ ବି ପାଇ ପାରିଲେ ନାହିଁ । ଦୀର୍ଘ ୧୭ ବର୍ଷ ଧରି ବର୍ଷା , ଥଣ୍ଡା , ଖରାକୁ ଭୋଗ କରି ଅପେକ୍ଷା କରିଛନ୍ତି ସରକାରୀ ବ୍ୟବସ୍ଥାରେ ଘର ଟିଏ ପାଇଁ । ପ୍ରଶ୍ନ ଉଠୁଛି ଯଦି ଏହିଭଳି ଅସହାୟ ଲୋକ ସରକାରଙ୍କର ଏହି ଯୋଜନାରୁ ବଞ୍ଚିତ ତେବେ ଏହି ସବୁ ଯୋଜନା କାହା ପାଇଁ ? ସରକାର ଓ ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ମାଗଣା ଚିକିତ୍ସା ସହ ସରକାରୀ ବ୍ୟବସ୍ଥାରେ ଘର ଟିଏ ଯୋଗାଇ ଦେବା ପାଇଁ ଅଞ୍ଚଳରେ ଦାବି ହେଉଛି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment