ବୋଲଗଡ଼,୦୫/୧୧(ପିପିଟି):ବିଷେଶ କରି ପରିବର୍ତ୍ତନ ମନୁଷ୍ୟ ହିଁ କରୁଛି। ୫୦ବର୍ଷ ତଳେ ଯାହା ଥିଲା ବର୍ତ୍ତମାନ ସମୟରେ ତାହା ଓଲଟା ହୋଇ ଯାଇଛି କମ୍ପ୍ୟୁଟର ଠାରୁ ଆରମ୍ଭ କରି ପ୍ଲାଷ୍ଟିକ,ପରେ ଅଣୁ ପରମାଣୁ ବିଷାକ୍ତରେ ଭରା ସାରା ବିଶ୍ୱ ହାତ ମୁଠାରେ। ସ୍ୱଳ୍ପ ସମୟ ମଧ୍ୟରେ ଅନେକ କାର୍ଯ୍ୟ ସମ୍ପାଦନ ହୋଇପାରୁଛି। ବ୍ୟକ୍ତି ସାମୁହିକ କାର୍ଯ୍ୟ ନକରି ବ୍ୟକ୍ତିକୈନ୍ଦ୍ରିକ ହୋଇ ଯାଇଛି। ସେତେବେଳେର ପଖାଳ ମାଟିହାଣ୍ଡି ନାହିଁ, ପିଲା ମାନଙ୍କର ସଂଧ୍ୟା ସମୟରେ ପାର୍ଥନା, ଭାଗବତ ଟୁଙ୍ଗୀ, ଢିଙ୍କି କୁଟାଚାଉଳ, ଯୋଗୀ ର କେନ୍ଦରା ବାଦ୍ୟ, ଚିଠିବାଲାର ଡାକ, ସାପୁକେଳାର ଖେଳ, ଚକୁଳିଆ ପଣ୍ଡା ର ଡାକ ଆଉ ସୁଭୁ ନାହିଁ। ନାହିଁ ସେ ଆତ୍ମୀୟତା ଓ ଆହୁରି ଅନେକ କିଛି। କାଳର କରାଳ ଗର୍ଭରେ ଲୀନ ହୋଇଯାଇଛି ପୁରୁଣା ପରମ୍ପରା ଓ ସଂସ୍କୃତି। କିନ୍ତୁ ବର୍ତ୍ତମାନ ସମୟରେ ଜନତା ସବୁ ଟଙ୍କାର କାରବାର ସହିତ ରାଜ୍ୟ ଦେଶର ବିକାଶ ମଦ ମାଂସ ରେ ଭବିଷ୍ୟତ ରେ କଣ ହେବ ତାହା ବିଚାର କରିବାର କଥା ମୋଟା ମୋଟି କହିବାକୁ ଗଲେ କୁକୁଡା ମଦ ମାଂସ ପଇସା ରେ ଆଧୁନିକ ଯୁଗ ଚାଲିଛି। ବର୍ତ୍ତମାନ ପରିସ୍ଥିତିରେ ଏହି ରଙ୍ଗୀନ ଦୁନିଆ ମନ ବୁଦ୍ଧି ଆଖି ଝଲସେଇ ଦେଇଛି ସତ୍ୟ କିନ୍ତୁ ହୃଦୟ କୁ ସ୍ପର୍ଶ କରି ପାରି ନାହିଁ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)