ସମ୍ ସ୍ବତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,(ପିପିଟି ନ୍ଯୁଜ୍)୦୬/୦୪- ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସୋମବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ସମ୍‌ରେ କୋଭିଡ-୧୯ ହସ୍ପିଟାଲର ଉଦ୍‌ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଅବସରରେ ଉପସ୍ଥିତ ଥିଲେ। ଆଇଏମ୍‌ଏସ୍‌ ଓ ସମ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି କୋଭିଡ-୧୯ ହସ୍ପିଟାଲରେ ୫୦୦ ରୋଗୀଙ୍କ ନିମନ୍ତେ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ୨୫ଟି ଆଇସିୟୁ ବେଡ୍‌ ରହିଛି। ସୂଚନାଯୋଗ୍ୟ, ଏହି ଚୁକ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ (ଏମ୍‌ସିଏଲ୍‌)ର ପ୍ରତିନିଧି ଏସ୍‌ ଏସ୍‌ ପଣ୍ଡା ଏବଂ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏହା ପୂର୍ବରୁ କୋଭିଡ୍ -୧୯ ଦୁଇଟି ହସ୍ପିଟାଲ କିମ୍ସ ଓ ଅଶ୍ବିନୀ ଉଦ୍‌ଘାଟନ ହୋଇ ସାରିଛି ।

Comments (0)
Add Comment