ବ୍ରହ୍ମପୁର,୨୩/୦୮(ପିପିଟି): ସମ୍ରାଟ କଲେଜର ମନୋମୁଖୀ କାର୍ଯ୍ୟ ପାଇଁ ଛାତ୍ର ପରୀକ୍ଷା ଦେବାରୁ ବଞ୍ଚିତ । ଘଟଣା ସମ୍ପର୍କରେ ଜଣାପଡିଛି ଯେ, ପୋଲସରା ଅଞ୍ଚଳର ଟି.ସଚିତ କୁମାର ସୁବୁଦ୍ଧି +୩ ବିଜ୍ଞାନ ସମ୍ରାଟ କଲେଜ,ବ୍ରହ୍ମପୁର ଠାରେ ଅଧ୍ୟୟନ କରୁଥିଲେ । ତାଙ୍କର +୩ ବିଜ୍ଞାନ ଶେଷ ହୋଇଥିଲେ ମଧ୍ୟ ୪ର୍ଥ ସେମିଷ୍ଟାର କେମେଷ୍ଟ୍ରି ବିଷୟ ବେକ୍ ରହି ଯାଇଥିବାରୁ ସେ ତା-୨୨/୦୬/୨୬ ରେ କଲେଜ ଯାଇ ଫର୍ମ ଫିଲାପ କରି ପରୀକ୍ଷା ଫୀ ବାବଦରେ ୨୭୫୦ ଟଙ୍କା ଦାଖଲ କରିଥିଲେ । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ଥିବାରୁ ସେ ଏଡିମିଟ୍ କାର୍ଡ ପାଇ ନଥିଲେ । ଏଡମିଟ୍ କାର୍ଡ ସମ୍ପର୍କରେ କଲେଜର ଅଭ୍ୟର୍ଥନାକାରୀ ମହିଳା କର୍ମଚାରୀଙ୍କ ସହ ଟେଲିଫୋନରେ ଯୋଗାଯୋଗ କରିବାରୁ ସେ ୧୦ ମିନିଟ ରେ ବୁଝି କହୁଛନ୍ତି କହି ଆଉ ଜଣାଇ ନଥିଲେ । ଛାତ୍ର ଜଣକ ବାରମ୍ବାର ଫୋନ କଲେ ଅଭ୍ୟର୍ଥନାକାରୀ ମହିଳା ଫୋନ କଲକୁ ଡାଇଭର୍ଟ ମୋଡକୁ ନେଉଥିଲେ । ଛାତ୍ର ଟି.ସଚିତ କୁମାର ସୁବୁଦ୍ଧି ଅଗଷ୍ଟ ୨୧ ତାରିଖ ଦିନ ପରୀକ୍ଷା ଦେବାକୁ ପହଞ୍ଚିବା ପରେ ଜାଣିଲେ ତାଙ୍କର ଏଡିମିଟି କାର୍ଡ ଆସି ନାହିଁ । କଲେଜ ପକ୍ଷରୁ କୁହାଗଲା ତୁମେ ଏଥର ନୁହେଁ ଆରଥରକୁ ପରୀକ୍ଷା ଦେବ । ଘଟଣା ସମ୍ପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ମିଶିବା ପାଇଁ କହିବାରୁ ତାଙ୍କୁ ପ୍ରିନ୍ସିପାଲ ସହିତ ମିଶିବା ପାଇଁ ମନାକରି ଫେରାଇ ଦେଲେ ବୋଲି ଛାତ୍ର ଜଣକ ଗଣମାଧ୍ୟମକୁ କହିଛନ୍ତି । ସମ୍ରାଟ କଲେଜର ମନୋମୁଖୀ ଓ ଶୋଷଣ ପାଇଁ ଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଗଞ୍ଜାମ ଜିଲ୍ଲାରେ ପ୍ରାୟ ଘରୋଇ କଲେଜ ଗୁଡିକରେ ଗ୍ରାମାଞ୍ଚଳ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଶୋଷଣର ଶିକାର ହେଉଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଘରୋଇ କଲେଜ ଗୁଡିକର ପ୍ରତି ବର୍ଷ ଯାଞ୍ଚ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।