ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ରାୟଗଡ,୨୪/୦୫(ପିପିଟି);ସମ୍ପ୍ରତି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟାସର ମୁକାବିଲା କରିବାକୁ ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ଯକ୍ଷତାରେ ଏକ ଜରୁରୀ ବୈଠକ ୱେବିନାରରେ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ସୋନାଲ ଜେନା, ଉପଜିଲ୍ଲାପାଳ ରାୟଗଡ, ପ୍ରତାପ ଚନ୍ଦ୍ର ପ୍ରଧାନ ଆଦି ଯୋଗଦାନ କରିଥିଲେ । ଏହି ବୈଠକରେ ଓଡିଶାକୁ ମାଡି ଆସୁଥିବା ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ପାଇଁ ବିପଦ ସମ୍ଭବନା କମ ଥିଲେ ମଧ୍ୟ ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ଅନ୍ୟ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗୀୟ ଅଧିକାରୀ ସତର୍କ ରହିବା ଓ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଛୁଟିରେ ଅଛନ୍ତି ତାହlହେଲେ ସେମାନଙ୍କ ଛୁଟି ବାତିଲ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଶେଷ କରି ତହସିଲଦାର ଓ ବିଡ଼ିଓ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଉପଜିଲ୍ଲାପାଳ ରାୟଗଡ ଏବଂ ଗୁଣପୁର ଏହାର ମନିଟରିଙ୍ଗ କରିବେ । ସେହିପରି ବନ୍ୟାବାତ୍ୟା ସମୟରେ ଦୁର୍ଗମ ଓ ବନ୍ୟା ପ୍ଲାବିତ ଅଂଚଳରେ ଯଥେଷ୍ଟ ଆଗରୁ ଶୁଖିଲା ଖାଦ୍ୟ, କିରାସିନି,ଚୁଡାଗୁଡ଼, ମହଜୁଦ ରଖିବା ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଇଲାକାକୁ ଯଥେଷ୍ଟ ଆଗରୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରିବାକୁ ତହସିଲଦାର ଓ ବିଡ଼ିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ପଲିଥିନ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ମହଜୁଦ ରଖିବାକୁ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ବାତ୍ୟା ପରେ ରାସ୍ତlଘାତ ସଫା କରିବା ନିମନ୍ତେ ଆବଶ୍ୟକ ସରଞ୍ଜାମ ମହଜୁଦ ରଖିବାକୁ ଅଗ୍ନିଶମ,ରାସ୍ତାଓ ଗୃହ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଦ୍ୟୁତ ସେବା ଯୋଗାଇବା ନିମନ୍ତେ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗକୁ ବିଶୋଧିତ ପାଣି ଯୋଗାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ,ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ସମସ୍ତ ପ୍ରକାର ପ୍ରସ୍ତୁତି ସହ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ବୈଠକରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଆଦି ଯୋଗଦାନ କରିଥିଲେ ।

(ରିପୋର୍ଟ- ନବୀନ ନାୟକ ବେହେରା। )

Comments (0)
Add Comment