ସମ୍ବିଧାନ ହତ୍ୟା ଦିଵସ ପାଳିତ ।

କୋଦଳା,୨୫/୦୬(ପିପିଟି):ବୁଧବାର ଦିନ ୧୦ ଘଟିକା ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ସମ୍ବିଧାନ ହତ୍ୟା ଦିବସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ଆଜିର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ। ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁଵାଳା ନନ୍ଦ, ନାକ୍ ସଂଯୋଜକ ସପନ କୁମାର ଦାଶ, ରାଜନୀତି ବିଭାଗର ଅଧ୍ୟାପିକା ତପସ୍ୱିନୀ କରଣ ଓ ଅଧ୍ୟାପକ ଲିପୁନ ମାଝୀ ଏହି ଦିବସର ମହତ୍ୱ ବିଷୟରେ ବର୍ଣନା କରିଥିଲେ। ଆଜିର ଦିବସ ଉପଲକ୍ଷେ ପାଠଚକ୍ର, ତର୍କ ପ୍ରତିଯୋଗିତା, କ୍ଷୁଦ୍ରଚଳଚିତ୍ର ପ୍ରଦର୍ଶନ,ଛାତ୍ର ଛାତ୍ରୀଙ୍କ ଶୋଭାଯାତ୍ରା, କୁଇଜ,ସ୍ଲୋଗାନ,ରଚନା ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment