ସମ୍ବାବ୍ୟ ବାତ୍ୟା ଦାନା କୁ ଦୃଷ୍ଟିରେ ରଖି ଗଞ୍ଜାମରେ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର ।

ଛତ୍ରପୁର,୨୩/୧୦:ଗଞ୍ଜାମରେ ସମ୍ବାବ୍ୟ ବାତ୍ୟା ଦାନା କୁ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ । ବାତ୍ୟା ସମୟରେ ଗଞ୍ଜାମ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜିରୋ କାଜୁଆଲଟି ମୁଖ୍ୟ ଫୋକସ ରହିଛି । ଏହାକୁ ଦୃଷ୍ଟିରେ ରଖି ପାହାଡିଆ ଅଞ୍ଚଳ, ନଦୀ କୁଳିଆ,ଚିଲିକା କୁଳିଆ ଓ କଚ୍ଚା ଘରେ ରହୁଥିବା ଲୋକ ହେବେ ସ୍ଥାନନ୍ତର । ଆଜି ସନ୍ଧ୍ୟା ସୁଦ୍ଧା ହେବେ ସ୍ଥାନାନ୍ତର । ଜିଲ୍ଲାରେ ଆନୁମାନିକ ୨୫ ହଜାର ଲୋକ ହେବେ ସ୍ଥାନାନ୍ତର ବୋଲି ବୈଠକ କୁହାଯାଇଛି । ସେଠାରେ ଖାଦ୍ୟ ବ୍ୟବସ୍ଥା ରହିବ ଏହା ସହ ପିଲାଙ୍କ ଖାଦ୍ୟ ମଧ୍ୟ୍ୟ ଯୋଗାଇ ଦିଆଯିବ । ୧୬୭୮ ଗର୍ଭବତୀ ଚିହ୍ନଟ ବେଳେ ୧୯୨ ଗର୍ଭବତୀ ମହିଳା ମେଡିକାଲକୁ ହୋଇଛନ୍ତି ସ୍ଥାନାନ୍ତରିତ । ଜିଲ୍ଲାରେ ୧୦୯ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳି ରହିଥିବା ବେଳେ ଅତିରିକ୍ତ ୭୦୦ ଆଶ୍ରୟସ୍ଥଳି ଚିହ୍ନଟ ହୋଇଛି । ସମସ୍ତ ଆଶ୍ରୟସ୍ଥଳି ଅନୁସାଙ୍ଗିକ ବ୍ୟବସ୍ଥା ରଖିବାକୁ କୁହାଯାଇଛି । ଚିଲିକା,ସମୁଦ୍ର ଓ ନଦୀରେ ମାଛ ଧରିବା ବାରଣ । ଏହି ସବୁ ଅଞ୍ଚଳରେ ଏକ ଟିମ ଗଠନ ହୋଇ ତଦାରଖ କରିବାକୁ ନିଦେଶ । କଳା ବଜାରୀକୁ ରୋକିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରିବାକୁ କୁହାଯାଇଛି । ବୈଠକରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆୟୁଷ ପତି, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଙ୍କ ସମେତ ଲାଇନ ବିଭାଗ ଓ ବିଭାଗୀୟ ଅଧିକାରୀ ମାନେ ଜୁମ ମାଧ୍ୟ୍ୟମରେ ଉପସ୍ଥିତ ଥିଲେ ।

Comments (0)
Add Comment