ସମୀକ୍ଷା ବୈଠକ ଓ କର୍ମଶାଳା ।

ସିମୁଳିଆ,୧୫/୧୧: ସିମୁଳିଆ ବ୍ଲକ୍ ଜାମୁଝାଡି ମଣ୍ଡଳରେ ମଣ୍ଡଳ ସଭାପତି ସୁଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନତା ପାର୍ଟିର “ନିର୍ବାଚନ ପର୍ବ କର୍ମଶାଳା” ତଥା ସଦସ୍ୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର ସିମୁଳିଆ ବିଧାୟକଙ୍କ ପ୍ରତିନିଧି ଯୁବନେତା ଡା. ଅଣୁମାଧବ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ବାଲେଶ୍ବର ଜିଲ୍ଲା ସାଧାରଣ ସମ୍ପାଦକ ଇଶ୍ଵର ଚନ୍ଦ୍ର ବେହେରା, ରାଜ୍ୟ ଯୂବମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ମଣ୍ଡଳ କର୍ମଶାଳା ପ୍ରଭାରୀ ରାଜେଶ ମହାକୁଡ଼, ଜିଲ୍ଲା ଯୂବମୋର୍ଚ୍ଚା ଉପସଭାପତି ଅକ୍ଷୟ ବିଶ୍ଵାଳ, ଜିଲ୍ଲା ସମ୍ପାଦିକା ଭାରତୀ ମଲ୍ଲିକ, ବିଧାନସଭା ସଂଯୋଜକ ନିରାକାର ପଣ୍ଡା,କୃଷକମୋର୍ଚ୍ଚା ସଭାପତି କୈଳାସ ବାରିକ,ମଣ୍ଡଳ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାସ ଓ ଜାମୁଝାଡି ମଣ୍ଡଳର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଦଳରେ କିପରି ପୂର୍ବାପେକ୍ଷା ଅଧିକ ସକ୍ରିୟ ସଦସ୍ୟଙ୍କୁ ସୁଯୋଗ ଦେଇ ପୃଥିବୀର ସର୍ବବୃହତ୍ ରାଜନୈତିକ ଦଳକୁ ଆହୁରି ସୁଦୃଢ ଏବଂ କ୍ରିୟାଶୀଳ କରିହେବ ସେଥିପାଇଁ ରଣନିତୀ ପ୍ରସ୍ତୁତ କରାଗଲା ।

Comments (0)
Add Comment