ସମାନ କାମକୁ ସମାନ ମଜୁରୀ ଓ ସର୍ବନିମ୍ନ ମଜୁରୀ ଆଇନର ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।

ବ୍ରହ୍ମପୁର,୦୧/୦୯(ପିପିଟି):ଦାଦନ ଖଟୁଥିବା ରାଜ୍ୟକୁ ଯିବେ ସରକାର ଏହା ସ୍ୱାଗତଯୋଗ୍ୟ । ଏହା ଦାଦନ ମୁକ୍ତ ହେବାରେ ସହାୟକ ହେବ ବୋଲି ଆଶ କରିବା ବୃଥା । ସରକାର ପରେ ସରକାର ବଦଳୁଛନ୍ତି କିନ୍ତୁ ରାଜ୍ୟରେ ସମାନ କାମକୁ ସମାନ ମଜୁରୀ ପ୍ରଦାନ କରାଯାଉନାହିଁ ଏବଂ ସର୍ବନିମ୍ନ ମଜୁରୀ ଆଇନ ୧୯୪୮ର ଖୋଲାଖୋଲି ଉଲ୍ଲଘଂନ ହେଉଛି । ସଫେଇ କର୍ମଚାରୀ,ସ୍ୱାସ୍ଥ୍ୟକର୍ମୀ,ସିକ୍ୟୁରିଟି କର୍ମଚାରୀ ଆଦିଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ ଏଜେନ୍ସି ଜରିଆରେ ଠିକା ନିଯୁକ୍ତି ଦେଇ ଶ୍ରମ ଶୋଷଣ କରାଯାଉଛି । ଅସ୍ଥାୟୀ କ୍ଷେତ୍ର ସପିଂମଲ, ରାଇସମିଲ,ବ୍ରଏଲାର ଫାର୍ମ,ମାର୍ବଲ ଓ ଟାଇଲ ଦୋକାନ, ଇଟାଭାଟି,ସିମେଣ୍ଟ ଦୋକାନ,ଲୁଗା ଦୋକାନ ଆଦି ପ୍ରତିଷ୍ଠାନ ଏବଂ ନିର୍ମାଣକ୍ଷେତ୍ରରେ କାମକରୁଥିବା ଶ୍ରମିକଙ୍କ ଶ୍ରମ ଶୋଷଣ ଚରମ ସୀମାରେ । ସର୍ବନିମ୍ନ ମଜୁରୀ ଆଇନ ୧୯୪୮,ସମାନ ମଜୁରୀ ଆଇନ ୧୯୭୬ (ପୁରଷ ଓ ମହିଳାଙ୍କ ନିମନ୍ତେ ସମାନ କାମକୁ ସମାନ ମଜୁରୀ), ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଆଇନ ୧୯୫୨, ମଜୁରୀ ପୈଠ ଆଇନ୧୯୩୬ କୁ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ସେଦିଗରେ ପଦକ୍ଷେପ ନେବା ବଦଳରେ କର୍ପୋରେଟ ସ୍ୱାର୍ଥରେ ଶ୍ରମିକ ବିରୋଧି ୪ ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟବାସୀଙ୍କ ଠାରୁ ଅଧିକ ଟିକସ ଆଦାୟ କରିବା ପାଇଁ ନୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଘୋଷଣା ହେଉଛି କିନ୍ତୁ ଏଥିରେ ସେବା ପ୍ରଦାନ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ନିଘା ନାହିଁ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ ୨୦୦୫ ଅନୁଯାୟୀ ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳବର୍ଗର ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବା ବଦଳରେ ପ୍ରତିବର୍ଷ ବ୍ୟୟ ବରାଦକୁ ହ୍ରାସ କରି ଯୋଜନାକୁ ଅଧିକ ବାଟବଣା କରାଯାଉଛି । ନରେଗା ଶ୍ରମିକଙ୍କ ହାତକୁ କାମ ଯୋଗାଇବା ବଦଳରେ ମେସିନ ବ୍ୟବହାର, ନିର୍ଦ୍ଦାରିତ ମଜରୀୁ ଠାରୁ ବହୁ କମ ମଜୁରୀ ପ୍ରଦାନ କରି ହରିଲୁଟ କରାଯାଉଛି । କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ଅସଂଗଠିତ ଶ୍ରମିକଙ୍କ ପଞ୍ଜିକରଣ ଓ କଲ୍ୟାଣ ପାଣ୍ଠିରୁ ଆବେଦନ କରୁଥବା ଶ୍ରମିକଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ବର୍ଷ ବର୍ଷ ଲାଗିବା, ଡିଜିଟାଲ ଇଣ୍ଡିଆର ବାସ୍ତବ ରୁପରେଖ ଆଦି ଦିଗରେ ପଦକ୍ଷେପ ନନେଇ ଦାଦନ ସମସ୍ୟା କିପରି ରୋକିବେ ?

ଶ୍ରମିକଙ୍କ ହାତକୁ କାମ,ସମାନ କାମକୁ ସମାନ ମଜୁରୀ,ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସହ ଆଠ ଘଣ୍ଟା କାମ, ଛୁଟି ଓ ସାମାଜିକ ସୁରକ୍ଷା ପ୍ରଦାନ କଲେ ରାଜ୍ୟରେ ଶ୍ରମିକ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ତତ୍ସହିତ ମନରେଗା ଶ୍ରମିକଙ୍କ ପରିବାର ରୁ ଅତି କମରେ ୨ ଜଣଙ୍କୁ ବର୍ଷ ସାରା କାମ ଯୋଗାଇବା,ଠିକା ନିଯୁକ୍ତିକୁ ସଂପୂର୍ଣ୍ଣ ରଦ୍ଦ କରି ସ୍ଥାୟୀ ନିଯୁକ୍ତି, ଶ୍ରମିକ ବିରୋଧି ୪ ଶ୍ରମ ସଂହିତାର ପ୍ରତ୍ୟାହାର,ମାସିକ ସର୍ବନିମ୍ନ ମଜୁରୀ ୩୧,୦୦୦ଟଙ୍କାକୁ ବୃଦ୍ଧି କରିବା,ଶ୍ରମ ଆଇନର ଉଲ୍ଲଘଂନ କାରୀ ପ୍ରତିଷ୍ଠାନ,ମାଲିକ, ଠିକାଦାରଙ୍କ ବିରୁଦ୍ଧରେ ଦୃଦ୍ଧ କାର୍ଯ୍ୟାନୁଷ୍ଠାନ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ,ମନରେଗା ଶ୍ରମିକ,ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ରଣନୀତି,ଆବେଦନର ୩୦ ଦିନ ମଧ୍ୟରେ ପଞ୍ଜିକରଣ ଓ ସହାୟତା ପ୍ରଦାନ,ଶ୍ରମ ବିଭାଗରେ ଆବଶ୍ୟକୀୟ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, ଡିଜିଟାଲ ଇଣ୍ଡିଆର ବାସ୍ତବିକ ରୁପରେଖ ଆଦି ପଦକ୍ଷେପ ହିଁ ଦାଦନ ରୋକିବା ପାଇଁ ସହାୟକ ହେବ । ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନଗତ ସୁରକ୍ଷା ଏବଂ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପାଇଁ କାମ କରୁଥିବା ବିଶେଷଜ୍ଞ ଓ ଶ୍ରମିକଙ୍କ ବିସ୍ତୃତ ମତାମତ ଅନେକ ସହାୟକ ହୋଇପାରିବ । ଶ୍ରମ ଆଇନର ଉଲଘଂନ କାରୀ ବିରୁଦ୍ଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୧୦ ସେପ୍ଟେମ୍ବର ୨୦୨୫ରେ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଟିୟୁସିଆଇର ରାଜ୍ୟ ସଂପାଦକ ଶଙ୍କର ଇନକିଲାବ,ଓଡିଶା ମନରେଗା ଶ୍ରମିକ ୟୁନିଅନର ନେତ୍ରୀ ପି ପାର୍ବତୀ,ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ରାମଚନ୍ଦ୍ର ବାଡତ୍ୟା,ଯଶୋଦା ନାୟକ ଆଦି ଉପସ୍ଥିତ ଥିଲେ ।

Comments (0)
Add Comment