ସମାଜ ପାଇଁ ସୁଦାମକୁ ମିଳିଲା ସହାୟତା ।

କେଶଦୁରାପାଳ, ୨୭/୦୮(ପିପିଟି):ପ୍ରତି ମାସ ବ୍ୟବସ୍ଥା କରାଇବେ ୫ ହଜାର ସୁଦାମ ଡାକ୍ତରୀ ପାଠ ପଢ଼ିବ। ଆସନ୍ତାକାଲି ଏଥିପାଇଁ ସେ ଭୁବନେଶ୍ୱର ଠାରେ ନାମ ଲେଖାଇବ। ନାମ ଲେଖାଇବା ପୂର୍ବରୁ ଯୁବ ବିଜେପି ନେତା ତଥା ଆଦର୍ଶ ସେବା ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ଵରେ ସମସ୍ତ ସହଯୋଗ କରାଯାଇଥିବା ସୁଦାମ ହାଁସଦା ସୂଚନା ଦେଇଛନ୍ତି।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅଧିନ ଶାମୁକାନେଣ୍ଡି ପଞ୍ଚାୟତର ସୁଦାମ ହାଁସଦା ଚଳିତ ନିଟ୍ ପରୀକ୍ଷାରେ ଓଡ଼ିଶାରେ ଅଧିବାସୀ ବର୍ଗରେ ୧୨୬ ନମ୍ବର ସ୍ଥାନରେ ଥିଲା। ତେବେ ନାମ ଲେଖାଇବା ତାଙ୍କ ପରିବାର ପାଇଁ ଅସମ୍ଭବ ଥିଲା। ବାପା ସୋମନାଥ ହାଁସଦାଙ୍କର କିଡନୀ ସମସ୍ୟା ରହିଛି, ମାଆ ମଜୁରୀ ଖଟନ୍ତି। ୫ ଝିଅ ଓ ଏକମାତ୍ର ପୁଅ ସୁଦାମକୁ ପାଠ ପଢ଼ାଇବା ଏକପ୍ରକାର ଅସମ୍ଭବ ଥିଲା। ସ୍ୱପ୍ନ ଥିଲା ଷ୍ଟେଥୋ ଧରିବାକୁ ଭାଗ୍ୟ ଧରାଇଛି କୋଦାଳ ଖବର ସମାଜରେ ପ୍ରସାରଣ ପରେ ଯୁବ ବିଜେପି ନେତା ଯଜ୍ଞ ପ୍ରସାଦ ସାହୁ ସୁଦାମଙ୍କ ପରିବାରବର୍ଗଙ୍କୁ ଗତ ୨୧ ତାରିଖରେ ଭେଟିଥିଲେ। ୭ ଦିନ ମଧ୍ୟରେ ଡାକ୍ତରୀ ନାମଲେଖା ସହ ସମ୍ପୂର୍ଣ୍ଣ ପଢ଼ା ଖର୍ଚ୍ଚ ସେ ଯୋଗାଡ କରି ବ୍ୟବସ୍ଥା କରାଇବେ ବୋଲି କଥା ଦେଇଥିଲେ। ଏହି ୭ ଦିନ ମଧ୍ୟରେ ଶ୍ରୀ ସାହୁଙ୍କ ନେତୃତ୍ୱରେ ସୁଦାମଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏନେଇ ସମାଜକୁ ସୁଦାମ ଧନ୍ୟବାଦ ଜଣାଇବା ସହିତ ସହାୟତା ଯୋଗାଇଦେଇଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମାନଙ୍କୁ ସୁଦାମ ଧନ୍ୟବାଦ ଦେଇଛନ୍ତି । ସେ ଏବେ ଡାକ୍ତର ହେବେ ସମାଜରେ ଦୁଃସ୍ଥ ଅବହେଳିତ ବ୍ୟକ୍ତିମାନଙ୍କର ସେବା କରିବେ ବୋଲି ପ୍ରକାଶ କରିଛନ୍ତି ।ସେହିପରି ପ୍ରତିମାସ ହଷ୍ଟେଲ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଶ୍ରୀ ସାହୁଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ସୁଦାମ ସୂଚନା ଦେଇଛନ୍ତି। ତେବେ ସୁଦାମଙ୍କୁ ବିଭିନ୍ନ ବର୍ଗର ଲୋକେ ମଧ୍ୟ ସହାୟତା କରିଛନ୍ତି। ସୁଦାମ ସୂଚନା ଦେଇ କହିଛନ୍ତି, ଯଜ୍ଞ ପ୍ରସାଦଙ୍କ ସହଯୋଗରେ ସେ ୪ ଦିନ ତଳେ ଭୁବନେଶ୍ୱର ଯାଇଥିଲେ। ସେଠାରେ ବିଭିନ୍ନ ବ୍ୟକ୍ତି ବିଶେଷ ଆସି ସୁଦାମଙ୍କ ଭେଟି ସହଯୋଗର କଥା ଦେଇଥିଲେ। ଶ୍ରୀ ସାହୁଙ୍କ ପରାମର୍ଶକ୍ରମେ ସୁଦାମଙ୍କ ସମସ୍ତେ ସହଯୋଗ କରିଛନ୍ତି। ଆଜି ମଧ୍ୟ ସୁଦାମଙ୍କ ଆକାଉଣ୍ଟକୁ ୬୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଯଜ୍ଞ ପ୍ରସାଦ ସୂଚନା ଦେଇଛନ୍ତି। ସୁଦାମ ଭଲ ପାଠ ପଢୁ। ଡାକ୍ତର ହେଉ। ଆମ ଅଞ୍ଚଳର ଲୋକେ ସେବା ପାଇବେ ବୋଲି ଯଜ୍ଞ ପ୍ରସାଦ କହିଛନ୍ତି। ନାମ ଲେଖାଇବା ସମ୍ପର୍କରେ ଆଜି ସୁଦାମଙ୍କ ଘରେ ଶ୍ରୀ ସାହୁ ଆଲୋଚନା କରିଥିଲେ। ଏହି ଅବସରରେ ଯୁବ ସମାଜସେବୀ ଦୈତାରୀ ମହାକୁଡ଼, ଛାତ୍ର ନେତା ପ୍ରସନ୍ନଜିତ ସାହୁ, ରୂପ ରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment