ସମାଜସେବୀ ରେବତୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ।

ଭଞ୍ଜନଗର,୨୧/୦୭(ପିପିଟି): ଭଞ୍ଜନଗର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତା ସ୍ବର୍ଗତ ରେବତୀ ପଟ୍ଟନାୟକଙ୍କ ଗୁରୁବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ପରୋପକାରୀ, ମିଷ୍ଟ ଭାଷୀ ମହିଳା ହୋଇଥିବାରୁ ଭଞ୍ଜନଗର ଲଣ୍ଡେଇ ସାହିରେ ବେଶ ଲୋକପ୍ରିୟ ଥିଲେ।ତେଣୁ ଏହି ମହାନ ଦିବସରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ।ଏଥିରେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ସାମ୍ବାଦିକ ବିଶ୍ବମ୍ବର ଜେନା,ବାବୁଲା ପ୍ରଧାନ, ଭବାନୀ ପାଳ, ଅମରେନ୍ଦ୍ର ପଟ୍ଟନାୟକ, ନଚିକେତ ପ୍ରଧାନ,ବେଲ ଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସୁଶାନ୍ତ କୁମାର ବେହେରା, ଭଞ୍ଜନଗର ଥାନା ଅଧିକାରୀ ଧିରେସ କୁମାର ଦାସ,ଏସ. ଆଇ କେଶବ ଶଢଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment