ସମାଜସେବୀ ନଳିନୀ କାନ୍ତ ଶତପଥିଙ୍କ ପରଲୋକ ।

ବେଗୁନିଆପଡ଼ା,୧୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଦିଗାପଡ଼ା ଗ୍ରାମର ଅତି ପ୍ରିୟ ର ମଣିଷ ନଳିନୀ କାନ୍ତ ଶତପଥି (୫୬) ଙ୍କ ବୁଧବାର ରାତ୍ର ୧୦ ଘ ସମୟରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ସେ ଏକାଧାରାରେ ଜଣେ ଦୃଢ଼ ସଙ୍ଗଠକ, ସମାସେବୀ,ଅଞ୍ଚଳରେ ପ୍ରତିଷ୍ଠିତ ଶାଳବଣ ଧୁଳିଆ ଦଣ୍ଡନାଚର ମୁଖ୍ୟ ହାସ୍ୟ ଅଭିନେତା ଓ ରୋଷେୟା , ଧର୍ମପରାୟଣ, ମେଳାପି,ଭଦ୍ର ଏବଂ ନମ୍ର ବ୍ୟକ୍ତିବିଶେଷ ଥିଲେ । ଶେଷ ଦର୍ଶନ ନିମନ୍ତେ ଗୁରୁବାର ନିଜ ଗ୍ରାମ ଦିଗାପଡା ନିଜ ଘର କୁ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସମାଜସେବୀ ବିଜେପି ନେତା ଚିତ୍ରସେନ ପରିଡା, ରବୀନ୍ଦ୍ର ମହାନ୍ତି, ବିଭୁତି ପାଣ୍ଡୀ,ଅଜୟ କୁମାର ମିଶ୍ର, ଭାସ୍କର ପାଢ଼ୀ, ପ୍ରଦୀପ ପ୍ରହରାଜ ସମେତ ଶତାଧିକ ହିତକାଂକ୍ଷୀ ପହଞ୍ଚି ସ୍ବର୍ଗତ ନଳିନୀଙ୍କ ଶେଷ ଦର୍ଶନ କରିଥିଲେ। ଏହି ଦୁଖଦଃ ଖବର ଶୁଣିବା କ୍ଷଣୀ ସାମ୍ବାଦିକ ସୂର୍ଯ୍ୟନାରାୟଣ ବଡୁ, ଅଙ୍ଗନୱାଡି କର୍ମୀ ସବିତା ପାଢ଼ୀଙ୍କ ସମେତ ବେଗୁନିଆପଡା ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ମହାନ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ବରଣ ହୋଇଥିବା ନେଇ ସୂଚନା ମିଳିଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment