ସମାଜସେବୀଙ୍କ ପକ୍ଷରୁ ଖବରକାଗଜ ହକର ମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ, ରାସନ ଓ ଆର୍ଥିକ ସହାୟତା ପ୍ରଦାନ।

କବିସୂର୍ଯ୍ଯ ନଗର,୦୭/୦୭(ପିପିଟି); କରୋନା ମହାମାରୀ ସମୟରେ ଆର୍ଥିକ ଅନଟନ ମଧ୍ଯରେ ଗତି କରୁଥିବା ଖବରକାଗଜ ହକର ମାନଙ୍କୁ ସହାୟତାର ହାତ ବଢାଇଛନ୍ତି ବରିଷ୍ଠ ସମାଜସେବୀ ତଥା ଉଦ୍ଯୋଗପତି ଇ.ମାହେଶ୍ବରୀ ଦୋରା ଓ ତାଙ୍କର ପୁତ୍ର ଇ.ଶ୍ବେତ ଦୋରା। ସମାଜସେବୀଙ୍କ ବସଭବନରେ ଖବରକାଗଜ ହକର ସଂଘର ସଭାପତି ଲକ୍ଷ୍ମଣ ସେଠୀ,ସମ୍ପାଦକ ରାଜେଶ ପଣ୍ଡା, ନାରାୟଣ ଗୌଡ, ଦୟାନିଧି ବେହେରା, ପ୍ରକାଶ ନାହାକ, କାହ୍ନା ସେଠୀ,ମଙ୍ଗୁଳୁ ସାହୁ,ବିଶୁ ଗୌଡ, ମୁନା ରାଓ, ହାଫିଜ ଖାନ, ଅଶ୍ବିନୀ ସିଂ, ମଣ୍ଟୁ ଜେନା ପ୍ରମୁଖ ଉପସ୍ଥିତ ରହି ମାସ୍କ, ସାନିଟାଇଜର, ସାବୁନ, ରାସନ ଓ ଆର୍ଥିକ ସହାୟତା ଗ୍ରହଣ କରିଥିଲେ। ସମାଜସେବୀ ଶ୍ରୀମତୀ ଦୋରା ଖବରକାଗଜ ହକର ମାନଙ୍କୁ ସମାଜିକ ଦୂରତ୍ବ, ହାତକୁ ବାରମ୍ବାର ଧୋଇବା, ଉଷୁମ ପିଣି ପିଇବା ଏବଂ ସରକାରଙ୍କ କୋଭିଡ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସଚେତନ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ କୃପାସିନ୍ଧୁ ସ୍ବାଇଁ,ସାମ୍ବାଦିକ ପ୍ରତାପ ମହାନ୍ତି,କୃଷ୍ଣ ନାହାକ ପ୍ରମୁଖ ଯୋଗ ଦେଇଥିଲେ।

Comments (0)
Add Comment