ସମାଜବିଜ୍ଞାନ (ସମ୍ମାନ)ବିଷୟରେ ପ୍ରଥମ ଦଶଜଣଯାକ ଡମ୍ବସରା ଆଞ୍ଚଳିକ ସ୍ନାତକ କଲେଜ ଛାତ୍ରଛାତ୍ରୀ।

ରାୟଗଡା,୧୫/୦୯(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଏକ ବିଶେଷ ସଫଳତା ସମସ୍ତଙ୍କୁ ଚକିତ କରିଛି । ଏହି କଲେଜ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଥିବାବେଳେ ଚଳିତ ବର୍ଷ ଯୁକ୍ତ ତିନି ସମାଜବିଜ୍ଞାନ(ସମ୍ମାନ)ପରୀକ୍ଷାରେ ପ୍ରଥମ ଦଶଜଣଯାକ ଛାତ୍ର ଛାତ୍ରୀ ଏହିକଲେଜରୁ ସ୍ଥାନ ପାଇବା ଏକ ବିରାଟ ସଫଳତା। ପ୍ରଥମରୁ ଦଶମ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ଯଥାକ୍ରମେ ବିଜୟାନନ୍ଦ ଲିମା, ଅନିତା ଗମାଙ୍ଗ,ନନ୍ଦିନୀ ଚୌଧୁରୀ, ତାଳସ୍ମି ଶବର,ଅଲିୟ ଶବର,ବିଭାସିନୀ ଶବର,ଅବୋଦିୟ କାର୍ଜି, ଯସ୍ମୀନା ଶବର,ଯମୁନା ଶବରଏବଂ ଲିଲି ଶବର। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଚିଠି ନଂ1927/31.8.20 ରେ ଏହି ମେଧା ତାଲିକା ପ୍ରକାଶ ପାଇଛି।ଏହି ସଫଳତା ପରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରି ମଧ୍ୟରେ ଆନନ୍ଦ ଖେଳିଯାଇଛି। ପରିଚାଳନା କମିଟି ଓ ଅଭିଭାବକ ମାନେ ମଧ୍ୟ ଏହି ସଫଳତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।ଏହି ବିରଳ କୃତକାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏହି କଲେଜ ପ୍ରତି ଏକ ସକାରତ୍ମକ ଭାବନାର ସମ୍ଭାବନା ଦେଖାଦେଇଛି।କଲେଜର ଅଧ୍ୟକ୍ଷ ଡକ୍ଟର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଅହରହ ଉଦ୍ୟମ ଓ ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ଆମେ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛୁ ବୋଲି ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। (ରିପୋର୍ଟ – ନବୀନ ନାୟକ ବେହେରା ।)

Comments (0)
Add Comment