ତିର୍ତ୍ତୋଲ,୩୦/୦୯(ପିପିଟି):ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ କଟରା ଗ୍ରାମପଞ୍ଚାୟତ ର ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ସନ୍ଥ ବିନୋବା ସେବା ସମବାୟ ସମିତି ସେକ୍ରେଟାରୀଙ୍କ ପୁଲିସ ଉପସ୍ଥିତିରେ ଦାୟିତ୍ଵ ହସ୍ତାନ୍ତର । ଉଲ୍ଲେଖଯୋଗ୍ୟ ଯେ କଟକ ସେଣ୍ଟ୍ରାଲ କ୍ରେଡିଟ୍ କୋ-ଅପରେଟିଭ୍ ବ୍ୟାଙ୍କ ଦ୍ଵାରା କୃଷକ ମାନଙ୍କ ସହାୟତା ନିମନ୍ତେ ଏକ ମିନିବ୍ଯାଙ୍କ୍ ୧୯୬୩ ମସିହାରୁ କାର୍ଯ୍ୟ କରୁଥିଲା । ପ୍ରାୟ ୪୦୦୦ ଜମାକାରୀ ଏଠାରେ ସଞ୍ଚୟ ଖାତା ଖୋଲି ଟଙ୍କା ନେଣଦେଣ କରିଆସୁଥିଲେ । ୨୦୧୮ ନଭେମ୍ବର ମାସରେ ଏହି ବ୍ୟାଙ୍କର ହିସାବରକ୍ଷକ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ କରି ପ୍ରାୟ ଚାରିମାସ କାରାଗାରକୁ ଯିବା ଓ ତତ୍କାଳୀନ ସେକ୍ରେଟାରୀ ପ୍ରଦୀପ୍ତ ନାୟକଙ୍କୁ ସେଠାରୁ ଅନ୍ୟତ୍ର ବଦଳି କରାଯିଵା କାରଣରୁ ବ୍ୟାଙ୍କ୍ ନେଣଦେଣ ଓ ବିହନ,ସାର ବିକ୍ରୟ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ନୂତନ ସେକ୍ରେଟାରୀ ପ୍ରମୋଦ କୁମାର ଦାଶ କାର୍ଯ୍ୟ ରେ ଯୋଗ ଦେଇଥିଲେ ମଧ୍ୟ ପୁରାତନ ସେକ୍ରେଟାରୀ ଦାୟିତ୍ଵ ହସ୍ତାନ୍ତର କରିନଥିବାରୁ ସେ ବିଭିନ୍ନ ସମସ୍ୟା ମଧ୍ୟ ରେ ଧାନ କ୍ରୟ କାର୍ଯ୍ୟ ସଂପାଦନ କରିଥିଲେ । ପ୍ରାୟ ୭ ମାସ ହେଵ ପୁରାତନ ସେକ୍ରେଟାରୀ ପ୍ରଦୀପ୍ତ ନାୟକ ଚାକିରିରୁ ଅବସର ନେଇଥିଲେ ମଧ୍ୟ ଦାୟିତ୍ଵ ହସ୍ତାନ୍ତର କରି ନ ଥିଲେ । ଜମାକାରୀଙ୍କ ଦ୍ଵାରା ଗଣ୍ଡଗୋଳର ଆଶଙ୍କାରେ କଟରା ପଞ୍ଚାୟତର ସରପଞ୍ଚ ଶୀତିକଂଣ୍ଠ ସ୍ଵାଇଁ, ସମିତି ସଭ୍ୟ ବାଇଧର ବଳ ଙ୍କ ଉଦ୍ୟମ କ୍ରମେ ୩ ପ୍ଲାଟୁନ୍ ଫୋର୍ସ ସହ ତିର୍ତ୍ତୋଲ ଥାନା ପୋଲିସ ସହାୟତାରେ ଦାୟିତ୍ଵ ହସ୍ତାନ୍ତର କାମ ଚାଲିଛି । ପରବର୍ତ୍ତୀ ସମୟରେ ବ୍ୟାଙ୍କ୍ କାର୍ଯ୍ୟ ପୂର୍ବଭଳି ଚାଳିବ ଓ ଜମାକାରୀ ସେମାନଙ୍କ ପ୍ରାପ୍ୟ ଫେରିପାଇବା ରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଥିବାର ଜଣାପଡ଼ିଛି।(ରିପୋର୍ଟ- ସୁକାନ୍ତ କୁମାର ମହାନ୍ତି ।)