ସମନ୍ୱୟ ସମିତି ତରଫରୁ ଆନ୍ଦୋଳନ ପାଇଁ ଓଷ୍ଟାର ପ୍ରସ୍ତୁତି ।

ଭଞ୍ଜନଗର, ୧୫/୦୨(ପିପିଟି) : ସ୍ଥାନୀୟ ପ୍ରେସ କ୍ଳବ ଭଞ୍ଜନଗର ଠାରେ ଓଡିଶା ମାଧ୍ୟମିକ ସ୍କୂଲ ଶିକ୍ଷକ ସଂଘ, ଓଷ୍ଟlର ଡାକରାରେ ଓଡିଶା ସ୍କୂଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, ଭଞ୍ଜନଗର ବ୍ଲକ ତରଫରୁ ଓଷ୍ଟl ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ଅମର ବିଳାସ ବେହେରା,ଅଧ୍ୟକ୍ଷ ତଥା ବ୍ଲକ ଓଷ୍ଟl ସମ୍ପାଦକ ଗୌରୀନନ୍ଦନ ହୋତା, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କାମରାଜୂ ଗୌଡ଼,ସତ୍ୟବାନ ସାହୁ, ସରୋଜ ଲଷ୍ମୀ ଦାସ ମଞ୍ଚାସୀନ ହୋଇ ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ସରକାରୀ ଅନୁଦାନ, ନିଉ ଏଡେଡ଼ ହାଇସ୍କୁଲର ଚାକିରୀ ସର୍ତ୍ତାବଳୀ, ଅବସର ବୟସ ସୀମା ୬୨ ବର୍ଷ, ସମସ୍ତ ବିଦ୍ୟାଳୟକୁ ସରକାରୀକରଣ ସହ ଅନ୍ୟାନ୍ୟ ଦାବୀ ଉପରେ ଆଲୋଚନା କରାଯାଇ ଏହାକୁ ସରକାର ଗ୍ରହଣ କରିବା ପାଇଁ ଉପସ୍ଥାପନା କରାଗଲା । ଯଦି ଏହା କାର୍ଯ୍ୟକାରୀ ନ ହୁଏ, ତାହାହେଲେ ଆଗାମୀ ଦିନରେ ସମନୟ ସମିତି ତରଫରୁ ରାଜ୍ୟ ସ୍ତରରୁ ବିଶାଳ ଆନ୍ଦୋଳନ କରାଯିବା ପାଇଁ ସ୍ଥିର କରାଗଲା । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଭାସ୍କର ପାଣି, ସନତ କୁମାର ଦଳବେହେରା, ଶରତ ଚନ୍ଦ୍ର ମହାରଣା, ମନୋରଞ୍ଜନ ପଣ୍ଡା ଓ ସୁବ୍ରତ କୁମାର ଶଢଙ୍ଗୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଧାନଶିକ୍ଷକ ସତ୍ୟବାନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରେ ବହୁ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment