ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପକ୍ଷରୁ ସଚେତନ ସଭା ।

କୋଦଳା,୨୪/୧୧(ପିପିଟି):ଶୁକ୍ରବାର କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବାଲ୍ୟ ବିବାହ ରୋକିବା, ଯୌତୁକ ପ୍ରଥା,ନାରୀ ନିର୍ଯ୍ୟାତନା ଓ ନିଶାମୁକ୍ତ ରହିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ନୋଡାଲ ଅଫିସର ଅଧ୍ୟାପିକା ସାଗରୀକା ଦାଶ ତତ୍ୱାବଧାନରେ କୋଦଳା ର ଜଗନ୍ନାଥ ମନ୍ଦିର ନିକଟ ଏବଂ ଯାତ୍ରୀ ବିଶ୍ରାମଗାର ନିକଟରେ ପଥପ୍ରାନ୍ତ ନାଟକ ସହିତ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କମିଟି ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା ସମେତ ଓଡ଼ିଆ ଅଧ୍ୟାପିକା ରଞ୍ଜୁ ବାଳା ନନ୍ଦ,ଅଧ୍ୟାପକ ଭବାନୀ ଶଙ୍କର ଆଚାର୍ଯ୍ୟ,କାହ୍ନୁ ଚରଣ ସ୍ୱାଇଁ,ତପସ୍ୱିନୀ କରଣ,ପ୍ରିୟଦର୍ଶିନୀ ସାହୁ,ବହୁ ଛାତ୍ର ଛାତ୍ରୀ ପଥପ୍ରାନ୍ତ ନାଟକ ରେ ଅଂଶଗ୍ରହଣ କରିଥିଲେ ।ଛାତ୍ରୀ ମାନଙ୍କ ବାଲ୍ୟବିବାହ ଓ ଛାତ୍ର ମାନଙ୍କ ନିଶାମୁକ୍ତି ଉପରେ ନାଟକ ଜନସାଧାରଣଙ୍କ ମନକୁ ଛୁଇଁଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟ ଖୁସି ଅନୁଭବ କରିଥିଲେ ।

(ରିପୋର୍ଟ – ସୂର୍ଯ୍ୟନାରାୟଣ ବଡୁ।)

Comments (0)
Add Comment