ଉଲୁଣ୍ଡା ,୧୫/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସୁବର୍ଣ୍ଣପୁର ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ନୂଆଁ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଚାଲିଛି । “କ୍ରୀଡ଼ା ,ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ମହାପାର୍ବଣ-୨୦୨୩ ” ନାମରେ ନାମିତ କରା ଯାଇଥିବା ଏହି କାର୍ଯ୍ୟକ୍ରମ ରେ ଗତକାଲି ଫେସନ୍ ସୋ ପ୍ରତଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ବିଚାରକ ଭାବରେ ନାଟ୍ୟକାର ଶ୍ୟାମା ଓଁ ପ୍ରସାଦ ମିଶ୍ର ,କବି ପ୍ରଭୁଦତ୍ତ ରଥ ,କବି ବିଘ୍ନରାଜ ପଣ୍ଡା , ଓ ଟିଭି ସାମ୍ବାଦିକ ରବୀନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ । ଆଜି ତା.୧୫.୧୨.୨୩ ରିଖ ସକାଳ ୧୧.୩୦ ଘଟିକାରେ ଶତାଧିକ ଛାତ୍ରଛାତ୍ରୀଙ୍କର ମିଳିତ ଉଦ୍ୟମରେ ବାର୍ଡ ଏସୋସିଏସନ୍, ସୁବର୍ଣ୍ଣପୁର ଦ୍ବାରା “ସୁବର୍ଣ୍ଣପୁର ଓ ବିଦେଶାଗତ ପକ୍ଷୀ” ଶୀର୍ଷକରେ ଏକ ଆଲୋଚନା ଚକ୍ର ,ପକ୍ଷୀ ଫଟୋ ପ୍ରଦର୍ଶନୀ ଓ ମୋବାଇଲ୍ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ଶ୍ରୀ ସିଦ୍ଧାର୍ଥ ପାଣିଗ୍ରାହୀ, ଦିନେଶ କୁମାର ମିଶ୍ର, ପିନାକୀ ପଣ୍ଡା ଓ ନରେନ୍ ମଲ୍ଲିକ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ରଖିଥିଲେ । ନୋଡ଼ାଲ୍ ଅଫିସର ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ତତ୍ତ୍ବାବଧାନରେ ଓ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଗୋବିନ୍ଦ ପଧାନ, ପ୍ରାଧ୍ୟାପିକା ନମିତା ରଥ ,ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର ,ପ୍ରାଧ୍ୟାପକ ପ୍ରତୁଳ ତ୍ରିପାଠୀ, କାଶୀନାଥ ମିଶ୍ର, ବିଭୀଷଣ ପଧାନ, ଗଦାଧର ପଧାନ ଓ ନୀଳାମ୍ବର ପଧାନ ପ୍ରମୁଖଙ୍କର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ