ସପ୍ତାହନ୍ତ ସଟଡାଉନ ପ୍ରଭାବ, କୋଦଳା ବେଗୁନିଆପଡା ଅଞ୍ଚଳ ଶୂନଶାନ, ପୋଲିସ ଓ ତହସିଲର ଫ୍ଲାଗମାର୍ଚ୍ଚ ।

କୋଦଳା,୨୪/୦୪(ପିପିଟି); ମହାମାରୀ କରୋନାର ଦ୍ଵିତୀୟ ଲହର ଭୟବହତାକୁ ନେଇ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନଲୋକଙ୍କୁ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ବେଳେ ଅଞ୍ଚଳର ସମସ୍ତ ଧର୍ମାନୁଷ୍ଠାନ ରୀତିନୀତି ବ୍ୟତୀତ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଛି!ଶନିବାର ରବିବାର ସହରାଞ୍ଚଳ ସଟଡାଉନ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ନୂତନ ନିର୍ଦ୍ଦେଶନାମା ଅନୁଯାଇ ପଞ୍ଚାୟତ ରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି ।ପ୍ରତ୍ୟକ ଦିନ ଡାକବାଜି ଯନ୍ତ୍ର ଦ୍ୱାରା ଏନ୍ଏସି ପକ୍ଷରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ତହସିଲ ଓ ଥାନା ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁନେଇ ଲୋକମାନଙ୍କୁ ସଚେତନ କରୁଥିବା ଦେଖାଦେଇଛି । ଆଜି ସକାଳୁ ସକାଳୁ ସପ୍ତାହନ୍ତ ସଟଡାଉନ ର ପ୍ରଥମ ଦିନରେ ତହସିଲଦାର ଅବନୀ କୁମାର ସାହୁ, ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ସମସ୍ତ କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁ କୋଦଳା ଏନ୍ଏସି ଓ ବେଗୁନିଆପଡା ବ୍ଲକ ରେ ଫ୍ଲାଗମାର୍ଚ୍ଚ କରି ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । କୋଭିଡ ଗାଇଡ଼ଲାଇନକୁ ମାନି ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଏହାରିମଧ୍ୟରେ କୋଦଳା ରେ ଅଦ୍ଭୁତପୂର୍ବ ସଫଳତା ମିଳିଛି । କେବଳ ମେଡ଼ିସିନ ଦୋକାନ ଛାଡି କୌଣସି ଦୋକାନ ଖୋଲା ନଥିଲା ।ପ୍ରଶାସନର ବାରମ୍ବାର ସଚେତନ ପରେ ଲୋକେ ମଧ୍ୟ ସଚେତନ ହେବାରେ ଲାଗିଲେଣି । ବ୍ୟବସାୟୀ ମଧ୍ୟ କରୋନା ଭୟବହାତାକୁ ଦେଖି ଜାଗ୍ରତ ହୋଇଥିବା ଭଳି ଦେଖାଯାଉଛି । ତଥାପି କିଛି ଆସାଧୁ ବ୍ୟବସାୟୀ ଓ କିଛି ମନ୍ଦିର ସେବାୟତ ଏହାକୁ ଗୁରୁତ୍ୱ ଦେଉ ନ ଥିବାରୁ ସେମାନେ ଯଦି ନ ସୁଧୁରନ୍ତି ସେମାନଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବାଧ୍ୟ ହେବୁବୋଲି ତହସିଲଦାର ପ୍ରକାଷ କରୁଛନ୍ତି । ତହସିଲ ପ୍ରଶାସନର ବାରମ୍ବାର ସଚେତନ କାର୍ଯ୍ୟକ୍ରମ ପରେ ଲୋକେ ମଧ୍ୟ ସତର୍କତା ଅବଲମ୍ବନ କରି ମାସ୍କ ପରିଧାନ କରୁଥିବା ଦେଖିବାକୁ ମିଳିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Comments (0)
Add Comment