ସପ୍ତଦୀପା ସାହିତ୍ୟ ସାଂସଦ ର ୧୦୬ ତମ ଭ୍ରମ୍ୟମାଣ ସାହିତ୍ୟ ଆସର ।

ଉଲୁଣ୍ଡା,୧୫/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସ୍ଥିତ ଚନ୍ଦ୍ରମଣି ଦାସ ମଠ ରେ ସପ୍ତଦୀପା ସାହିତ୍ୟ ସଂସଦ, ବୀରମହାରାଜପୁର ର ୧୦୬ ତମ ସାରସ୍ବତ ସମାରୋହ ମକର ମିଳନ,କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମଠାଧିଶ ନିମାର୍କ ଚରଣ ଦାସ ପ୍ରଦୀପ ପ୍ରଜ୍ବଳନ,ହନୁମାନ ଚାଳିଶା ପାଠ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂସଦର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କବି ସମ୍ବିଳନୀରେ ଅଧ୍ୟାପକ ପଦ୍ମନାଭ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସଂସଦର ଆବାହକ କିଶୋର କୁମାର ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ । କବି ଲକ୍ଷ୍ମୀ ନାରାୟଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସର ରେ କବି କିଶୋର ହୋତା,ଲକ୍ଷ୍ମୀ ନାରାୟଣ ସାହୁ, ଜ୍ୟୋତିଲାଲ ନନ୍ଦ,ଆନନ୍ଦ ପଧାନ,ଦ୍ବିତିକୃଷ୍ଣ ପଣ୍ଡା,ଭଗବାନ ବାଘ,ଧ୍ରୁବ ଚରଣ ଖେତୀ,ପ୍ରହଲ୍ଲାଦ ନାଏକ,ଯୁଗଳ କିଶୋର ମିଶ୍ର, ଉମେଶ ପଣ୍ଡା ଭାବଗ୍ରାହୀ ମେହେର,ଲିଙ୍ଗରାଜ ପଣ୍ଡା,ଗୋପାଳ ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment