ସୁବର୍ଣ୍ଣପୁର ,୧୭/୦୭(ପିପିଟି):ଇଫମା (ଇଣ୍ଡିଆନ ଫିଲ୍ମ ମେକର ଏସୋସିଏସନ) ଦ୍ୱାରା ଆୟୋଜିତ ଓଲିଉଡ଼ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସନ୍ଥକବି ଭୀମ ଭୋଇ ଙ୍କ ଜୀବନୀ ଉପରେ ଆଧାରିତ କୋଶଲି ଚଳଚିତ୍ର ସନ୍ଥ ଭୀମଭୋଇ ବେଷ୍ଟ ବାୟୋପିକ ଫିଲ୍ମ ୨୦୨୬ ଭାବରେ ପୁରସ୍କୃତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଓଲିଉଡ଼ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ର ଡାଇରେକ୍ଟର ଦିଲୀପ କୁମାର ଏବଂ ଇଣ୍ଡିଆନ ଫିଲ୍ମ ମେକର ଆସୋସିଏସନ ର ସମ୍ପାଦକ ରାମଚନ୍ଦ୍ର ରେଡ୍ଡୀ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଚଳଚିତ୍ର କୁ ନନ୍ଦକାହ୍ନl ପୁଝାରୀ ଓ ସନ୍ତୋଷ ରଣା ନିର୍ଦେଶନା ଦେଇଥିବାବେଳେ କାହାଣୀ ଅଖୋଜ କୁମାର ଷାଣ୍ଢ ଓ ଗଜାନନ ସାଥୁଆ ରଚନା କରିଥିଲେ । ଜୁବଲୀ ଜୟଶ୍ରୀ ବାଘ ଓ ଜନାର୍ଦନ ପୁଝାରୀ ପ୍ରଯୋଜନାରେ ନିର୍ମିତ ଚଳଚିତ୍ର ଟିକୁ ସଂଗୀତନିର୍ଦେଶନା ଦେଇଥିଲେ ପଞ୍ଚାନନ ଜଗଦଲା । କାଷ୍ଟିଙ୍ଗ ନିର୍ଦେଶକ ଟଙ୍କଧର ବାରିକ, ଚିତ୍ର ଉତ୍ତୋଳନ କୀର୍ତ୍ତିଚନ୍ଦ୍ର ଗହିର, କଳା ନିର୍ଦେଶନା ଜିମୂତ ତରିଆ ଏବଂ ପରିଚାଳନା ଲକ୍ଷ୍ମଣ ବସ୍ତିଆ ଓ ରାମେଶ୍ୱର ଛତ୍ରିଆ କରିଥିଲେ । ଚଳଚିତ୍ର ଟି ଭୀମଭୋଇ ଙ୍କ ସମାଧି ପୀଠ ଖଲିଆପାଲି ସମେତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁଟିଂ କରାଯାଇଥିଲା । ବିଭିନ୍ନ ଭୂମିକାରେ ଛବିଳ ପଧାନ, ତପସ୍ୱିନୀ ଗୁରୁ, ସେବକ ମେହେର,ମନୀଷା ଜୟପୁରିଆ,ସୁଜିତ ସାହୁ, ରଞ୍ଜନ ସା, ଲଳିତ ପୂଜାରୀ, ବସୁମତୀ ନନ୍ଦ , ଗୋପାଳ ଚନ୍ଦ୍ର ପଣ୍ଡା, ବିଷ୍ଣୁ ଗୁରୁ, କୃପାସିନ୍ଧୁ ମହାକୁର, କନକ ଦଣ୍ଡସେନା, ମଲ୍ଲୀକା, ସଂଜିତ ପଣ୍ଡା, ଧୀରେନ୍ଦ୍ର ନାୟକ,ଲୋକନାଥ ସା, ହରିବୋଲ ଷାଣ୍ଢ,ସଂଜୀବ ନାଏକ, ବବିତା ବେହେରା, ସସ୍ମିତା, ମନ୍ଦାକିନୀ ପାଣ୍ଡେ,ନିରୁପମା ଷାଣ୍ଢ,ସୁରେନ୍ଦ୍ର ସାହୁ, ଗନ୍ଧର୍ବ ମାହାର, ଶୁଶିଲ ହୋତା, ସଂଗ୍ରାମ ହୋତା, ସାନୁର୍ଜ କଳତା,ବାଳଗୋପାଳ ବଗର୍ତି,ପୂର୍ଣଚନ୍ଦ୍ର ମେହର,ମଙ୍ଗନିଆଁ ମହାକୁର, ଭଗବାନ ସାହୁ ସୀତାଂଶୁ ନାଏକ, ଶିବ କମ୍ପ, ସୁଦର୍ଶନ ହୋତା ଏବଂ ଶିଶୁ କଳାକାର ଭାବରେ ବଜରଙ୍ଗୀ ମହାକୁର ଓ ଯୁବରାଜ ଛତ୍ରିଆ ପ୍ରମୁଖ କଳାକାର ଚଳଚିତ୍ରରେ ନିଜ ନିଜର କଳା ନୈପୁର୍ଣ୍ୟ ପ୍ରଦର୍ଶନ କରିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ