ସନ୍ଥକବି ଭୀମଭୋଇଙ୍କ ଜନ୍ମମାଟିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି ।

ଉଲୁଣ୍ଡା,୦୪/୦୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି ହେଉଛି । ବିନିକା ମହାନଦୀ ଯୁବ ସଂଗଠନ ସମ୍ପାଦକ କ୍ଷୀର ସାଗର ବିଭାରଙ୍କ ଅଧ୍ୟକ୍ଷତାରେ ସଚେତନ ବ୍ୟକ୍ତି ମିଳିତ ହୋଇ ଭୀମ ଭୋଇଙ୍କ ଜନ୍ମ ମାଟିକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଓ ବୀରମହାରାଜପୁର କୌଣସି ଛକ ନିକଟରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ସକାଶେ ଦାବି କରିଛନ୍ତି ।ବୈଠକରେ ଦୁର୍ଗାଚରଣ କଲତା, ଦୁର୍ଯ୍ୟୋଧନ ମେହେର, ରାମଗୋପାଳ ବାଘ,ଦୀନବନ୍ଧୁ ମେହେର,ତପନ ମହାନନ୍ଦ,ସାରଙ୍ଗ ଦାସ, ଜଟେସିଂହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିପୁରାରୀ ରଥ, ବଳିୟାର ବାଦୀ, କେଶବ, ଗୋବିନ୍ଦ ମାହାଣା, ସୁବାସ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଏନେଇ ଏକ ଦାବି ପତ୍ର ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କୁ ପ୍ରଦାନ କରିଥିଲେ ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Comments (0)
Add Comment