ସନ୍ତାନଟିଏ ପାଇଁ କୁଆକୁଣ୍ଡରୁ ଗୁଆ ଖୋଜନ୍ତି ନିଃସନ୍ତାନ ମହିଳା।

ଖୋର୍ଦ୍ଧା,୧୪/୦୧ (ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତ ଅଟ୍ରି ଠାରେ କେଉଁ ପୁରାତନ କାଳରୁମକର ମେଳା ଅନୁଷ୍ଠିତ ହେଉଛି , ଚଳିତବର୍ଷ ପ୍ରଭୂ ହଟେକେଶ୍ଵରଙ୍କ ପିଠ ଠାରୁ ତପ୍ତପାଣି ପର୍ଯ୍ୟନ୍ତ ଲକ୍ଷାଧିକ ଲୋକଙ୍କର ସମାଗମ ହେଉଅଛି। ହଟେକେଶ୍ଵର ମହାଦେବଠାରୁ ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ ମସାଲ ଆଣି କୂଆ କୁଣ୍ଡ ନିକଟର ପହଞ୍ଚି ନୀତି ଅନୁସାରେ ପୂଜାପାଠ ସରିଲା ପରେ ମକର ମହତ୍ସବ ଆରମ୍ଭ ହୋଇଥିଲା। ସୂଚନା ମୁତାବକ ଏହା ପାଞ୍ଚ ଦିନ ଧରି ମହୋତ୍ସବ ପାଳନ କରାଯିବ।ବିଶ୍ୱାସେ ମାଳଇ ହରି,ତର୍କେ ବହୁଦୂର,ଏହି ନ୍ୟାୟରେ ଯେଉଁଠି ବିଗ୍ୟାନ ଫେଲ ମାରିଥାଏ ସେହିଠାରୁ ବିଶ୍ୱାସ ଆରମ୍ଭ ହୋଇଥାଏ। ଏହି ତପ୍ତକୁଣ୍ଡରେ ମହାତ୍ମା ଏଭଳି ଭାବରେ ଅଛି ଯେ ଯେଉଁ ନିଃସନ୍ତାନ ନାରୀଙ୍କର ସନ୍ତାନ ସନ୍ତିତ ନଥାଏ ଏହି ମାନସିକ କୁଣ୍ଡ ଗୁଆ ଖୋଜି ତା ପାଇଥିଲେ ସନ୍ତାନ ସନ୍ତତି ହୋଇଥାଏ। ଏବଂ ହଟ୍ଟକେଶ୍ୱର ଙ୍କର ଆର୍ଶିବାଦରେ ସବୁକିଛି ହୋଇଥାଏ ବୋଲି ଶ୍ରଦ୍ଧାଳୁ ଭକ୍ତ ମାନେ କହିଥାନ୍ତି। ସେଥିପାଇଁ ପ୍ରତ୍ୟେକ ମକର ସଂକ୍ରାନ୍ତି ଦିନ ବହୁ ନିଃସନ୍ତାନ ନାରୀ ମାନେ ବିଶ୍ୱାସର ସହିତ ହଟ୍ଟକେଶ୍ୱରଙ୍କୁ ଦର୍ଶନ କରି ତପ୍ତକୁଣ୍ଡ ରୁ ଗୁଆ ଖୋଜି ଖାଇଥାନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Comments (0)
Add Comment