ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ।

ସୁବର୍ଣ୍ଣପୁର,୦୫/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲ ରେ ଏକ ମାଈ ହାତୀର ମୃତ୍ୟୁ।ଆଜି ସକାଳୁ ସକାଳୁ ଗାଁଲୋକ ଏକ ହାତୀ ପଡିଥିବା ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ ।ପରେ ପରେ ସଦର ରେଞ୍ଜର ସମେତ ବନ ବିଭାଗ କର୍ମଚାରୀ ଓ ପ୍ରଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟା ରେ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରୁଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବନ ବିଭାଗ ଅଧିକାରୀ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment