ସତ୍ୟ ସାଇଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳିତ ।

କୋଦଳା,୨୩/୧୧(ପିପିଟି);ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମ ସ୍ଥିତ ସତ୍ୟସାଇ ମନ୍ଦିରରେ ସତ୍ୟ ସାଇଙ୍କ ୯୫ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।କୋଭିଡ କଟକଣା ଅନୁଯାଇ ମନ୍ଦିରରେ ପୂଜାର୍ଚନା କରାଯାଇ ସାମାଜିକ ଦୂରତା ରଖି ନଗର ପରିକ୍ରମା କରାଇଥିଲା ।ପ୍ରଭାତରୁ ବାଲ୍ୟଭୋଗ ବିତରଣ, ପ୍ରସାଦ ସେବନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ବସନ୍ତ କୁମାର ମଲିକଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ ।ସେହିପରି କୋଦଳା ଦସବଖରା ସାହି ସ୍ଥିତ ସତ୍ୟସାଇ ମନ୍ଦୀର ପରିସର ରେ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ ପ୍ରଭାତ ଫେରି ସହିତ ଦିନସାରା ଭଜନ କୀର୍ତ୍ତନ ଚାଲିଥିବା ଜଣାପଡ଼ିଛି ।

Comments (0)
Add Comment