ବେଳଗୁଣ୍ଠା , ୧୯/୧୧ (ପିପିଟ):ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ଗ୍ରାମରେ ସତ୍ୟସାଇ ଭଜନ ମଣ୍ଡଳୀ ପକ୍ଷରୁ ଆଜି ମାତୃସ୍ୱରୂପିଣୀ ଦିବସ ରେ ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କ ମା ମାନଙ୍କୁ ନେଇ ସାଇମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସତ୍ୟସାଇ ବାବାଙ୍କ ୯୮ ତମ ଜନ୍ମଦିବସ ଉପଲକ୍ଷେ ୯୮ ଜଣ ମହିଳାଙ୍କୁ ନେଇ ୧୦୮ ଅକ୍ଷତ ଅର୍ଚ୍ଚନା କରିବା ସହ ବିଭିନ୍ନ ଆଲୋଚନା କରାଯାଇ ଶିଶୁ ମାନଙ୍କ ଯତ୍ନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଗଂଜାମ ୨ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର, ବେଲଗୁଣ୍ଠା ସମିତି ଆବାହକ ବିଷ୍ଣୁପ୍ରସାଦ ପାଢ଼ୀ, ଜିଲା ସଂଯୋଜକ ଶିବଶଙ୍କର ନାହାକ ଓ ବାଳବିକାଶ ଗୁରୁମା ପବିତ୍ର। ରାଉତ , ତପସ୍ପିନୀ ପଟ୍ଟନାୟକ, ସାଇପ୍ରଜ୍ଞା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚଳନା କରିଥିଲେ । ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା